Latest Odisha News

BREAKING NEWS

ବିଲବୋର୍ଡ କାନାଡାର କଭର ପେଜରେ ଦିଲଜିତ୍, ପ୍ରଥମ ଭାରତୀୟ ଭାବେ ରେକର୍ଡ

ମୁମ୍ବାଇ: ଗାୟକ ତଥା ଅଭିନେତା ଦିଲଜିତ୍ ଦୋସାଞ୍ଜ ବିଲବୋର୍ଡ କାନାଡାର କଭରରେ ସ୍ଥାନ ପାଇଛନ୍ତି। ସେ ପ୍ରଥମ ଭାରତୀୟ କଳାକାର ଭାବେ ଇତିହାସ ସୃଷ୍ଟି କରିଛନ୍ତି। ପତ୍ରିକାର ପ୍ରଥମ ମୁଦ୍ରଣ ସଂସ୍କରଣରେ ଦିଲଜିତଙ୍କ ଦିଲ୍-ଲୁମିନିଟି ଭ୍ରମଣରୁ ସ୍ୱତନ୍ତ୍ର ବିଷୟବସ୍ତୁ ପ୍ରଦର୍ଶିତ ହେବ।

ଶନିବାର ଦିନ ବିଲବୋର୍ଡ କାନାଡାର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏନେଇ ସେୟାର କରାଯାଇଥିଲା।

ଏହି ପୋଷ୍ଟର କ୍ୟାପସନରେ ଉଲ୍ଲେଖ ରହିଛି ଯେ, “ଦିଲଜିତ ଦୋସାଞ୍ଜ ପ୍ରଥମ ଭାରତୀୟ କଳାକାର ଭାବରେ ବିଲବୋର୍ଡର ଏକ ସ୍ବତନ୍ତ୍ର ସଂସ୍କରଣରେ କଭର୍-ଟୁ-କଭର୍ ପ୍ରଦର୍ଶିତ ହେବାକୁ ଥିବା ପ୍ରଥମ ଭାରତୀୟ ଆକ୍ଟର ଭାବେ ବିଶ୍ୱସ୍ତରରେ ଇତିହାସ ସୃଷ୍ଟି କରିବେ। ଏହା ପ୍ରତିଷ୍ଠିତ ପ୍ରକାଶନ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ।

Leave A Reply

Your email address will not be published.