ନୂଆଦିଲ୍ଲୀ: ଲୋକପ୍ରିୟ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ ଦିଲ-ଲୁମିନିଟି ସଂଗୀତ କନସର୍ଟ ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତା ଦିଲଜିତ ଦୋସାଞ୍ଜ ଚଣ୍ଡିଗଡ଼ରେ ଏକ କନ୍ସର୍ଟ କରିଥିଲେ। ଏହି କନ୍ସର୍ଟ ସମୟରେ ଗାୟକ ମୌଳିକ ଭିତ୍ତିଭୂମି ବିଷୟରେ ଆଲୋଚନା କରି କହିଛନ୍ତି ଯେ, ଯେପର୍ଯ୍ୟନ୍ତ କନସର୍ଟ ପାଇଁ ମୌଳିକ ଭିତ୍ତିଭୂମିର ବ୍ୟବସ୍ଥା ନହୁଏ ସେ ଯାଏଁ ଭାରତରେ ଲାଇଭ୍ ସୋ କରିବେ ନାହିଁ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସେ କହିଛନ୍ତି – ଲାଇଭ ସୋ ପାଇଁ ଆମର ଆବଶ୍ୟକୀୟ ତଥା ମୌଳିକ ଭିତ୍ତିଭୂମି ନାହିଁ। ଏହା ଆୟର ଏକ ବଡ଼ ଉତ୍ସ, ଯାହା ଫଳରେ ଅନେକ ଲୋକ କାମ ପାଆନ୍ତି।
ଦିଲଜିତ ଚଣ୍ଡିଗଡ଼ରେ ପରଫର୍ମାନ୍ସ କରିଥିଲେ ଏବଂ ତାଙ୍କର କନସର୍ଟକୁ ଅନ୍ତର୍ଜାତୀୟ ଚେସ୍ ଫେଡେରେସନ୍ ୱାର୍ଲ୍ଡ ଚାମ୍ପିଅନ୍ ଗୁକେଶ ଡୋମରାଜୁଙ୍କୁ ଉତ୍ସର୍ଗ କରିଥିଲେ। ସେ ଗୁକେଶଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରିଛନ୍ତି। ସେହିପରି କନସର୍ଟର ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରି ସେ ଅଲ୍ଲୁ ଅର୍ଜୁନ ଅଭିନୀତ ଫିଲ୍ମ ‘ପୁଷ୍ପା’ର ଲୋକପ୍ରିୟ ଡାଏଲଗ ଝୁକେଗା ନେହିଁ କହିଥିଲେ।
Comments are closed.