ହାଇଦ୍ରାବାଦ: ପଞ୍ଜାବୀ ଗାୟକ ଦଲଜିତ ଦୋସାଞ୍ଜ ବର୍ତ୍ତମାନ ଦିଲ-ଲୁମିନାଟି ଟୁରର ଭାରତ ଗସ୍ତରେ ଅଛନ୍ତି। ଏହାରି ମଧ୍ୟରେ ହାଇଦ୍ରାବାଦ କନସର୍ଟ ନଭେମ୍ବର ୧୫ରେ ହେବାକୁ ଥିବାବେଳେ ତାଙ୍କୁ ଏକ ବଡ଼ ଝଟକା ଲାଗିଛି।
ହାଇଦ୍ରାବାଦରେ ହେବାକୁ ଥିବା ଲାଇଭ୍ ସୋରେ ‘ପଟିଆଲା ପେଗ୍’ ସମେତ କିଛି ଗୀତ ନ ଗାଇବାକୁ ତେଲେଙ୍ଗାନା ଜିଲ୍ଲା ମାଜିଷ୍ଟ୍ରେଟ୍ ତାଙ୍କୁ ନୋଟିସ୍ ଜାରି କରିଛନ୍ତି।
ତେବେ ତେଲେଙ୍ଗାନା ଡିଏସଡବ୍ଲୁ ଦ୍ୱାରା ଏହି ନୋଟିସ ଜାରି କରାଯାଇଛି। ଜିଲ୍ଲା କଲ୍ୟାଣ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ନୋଟିସରେ ଦଲଜିତ ଦୋସାଞ୍ଜଙ୍କୁ ପଟିଆଲା ପେଗ ସମେତ କେସ ଓ ପଞ୍ଜ ତାରା ଥେକେ ଭଳି ଗୀତ ଗାଇବାକୁ ମନା କରାଯାଇଛି। କାରଣ ଏହି ସବୁ ଗୀତ ଗୁଡିକ ମାଦକ ଦ୍ରବ୍ଯକୁ ପ୍ରୋତ୍ସାହିତ କରୁଛି।
ସୂଚନାନୁସାରେ, ହାଇଦ୍ରାବାଦ କନସର୍ଟ ପୂର୍ବରୁ ପଣ୍ଡିତରାଓ ଧରନୱାରଙ୍କ ଅଭିଯୋଗ କ୍ରମେ ଏହି ନୋଟିସ ଦିଆଯାଇଛି। ତେବେ ନୋଟିସରେ ଦର୍ଶାଯାଇଛି ଯେ ପିଲାମାନେ ମଞ୍ଚ ଉପରକୁ ଆସିବା ଉଚିତ ନୁହେଁ, କାରଣ ଲାଇଭ୍ ସୋ ସମୟରେ ଶବ୍ଦର ସ୍ତର ୧୨୨ ଡିବିରୁ ଅଧିକ ଥାଏ ଯାହାକି ପିଲାମାନଙ୍କ ପାଇଁ କ୍ଷତିକାରକ ଅଟେ।
Comments are closed.