ମୁମ୍ବାଇ: କ୍ରିକେଟର ଦୀନେଶ କାର୍ତିକ ଆଜି ଯମଜ ସନ୍ତାନର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପତ୍ନୀ ତଥା ଷ୍ଟାର ସ୍କ୍ୱାଶ ଖେଳାଳି ଦୀପିକା ପାଲିକଲ ଏହି ୨ଟି ସନ୍ତାନର ଜନନୀ ହୋଇଛନ୍ତି । ଉଭୟ ଦୀନେଶ ଏବଂ ଦୀପିକା ସୋସିଆଲ ସାଇଟରେ ଏହାର ଫଟୋ ଶେୟାର କରିଛନ୍ତି । କାର୍ତିକ ଲେଖିଛନ୍ତି ଆମେ ୩ରୁ ୫ ହେଇଗଲୁ । ବିଭିନ୍ନ ମହଲରୁ ଏହି ସ୍ପୋର୍ଟ୍ସ ପେୟାରଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
ଦୀପିକା ପ୍ରଥମ ଭାରତୀୟ ଭାବେ ବିଶ୍ୱ ସ୍କ୍ୱାଶ ମାନ୍ୟତାରେ ଟପ ଟେନରେ ସ୍ଥାନ ପାଇଥିଲେ । ଏହା ବ୍ୟତୀତ ଦୀନେଶଙ୍କୁ ବିବାହ ପୂର୍ବରୁ ସେ ବିଜ୍ଞାପନ ଦୁନିଆରେ ଚର୍ଚ୍ଚିତ ଚେହେରା ଥିଲେ । ଯମଜ ସନ୍ତାନର ନାମ କବୀର ପାଲିକଲ କାର୍ତିକ ଓ ଜିଆନ ପାଲିକଲ କାର୍ତିକ ରଖାଯାଇଛି ।
Comments are closed.