Latest Odisha News

BREAKING NEWS

ଆଫ୍ରିକାରେ ବ୍ୟାପୁଛି ରହସ୍ୟମୟ ଡିଙ୍ଗା ଡିଙ୍ଗା ରୋଗ

ନୂଆଦିଲ୍ଲୀ: ଆଫ୍ରିକାରେ ମଙ୍କିପକ୍ସ ଓ ଡିଜିଜ ଏକ୍ସ ବ୍ୟାପିବା ପରେ ଏବେ ଏକ ରହସ୍ୟମୟ ରୋଗ ବ୍ୟାପିବାରେ ଲାଗିଛି । ଏହି ରୋଗର ନାମ ଡିଙ୍ଗା ଡିଙ୍ଗା । ରୋଗୀ ଏଥିରେ ଆକ୍ରାନ୍ତ ହେଲେ ଶରୀରରେ ଏତେ ମାତ୍ରାରେ କମ୍ପନ ହୋଇଥାଏ ଯେ, ସେ ଏକପ୍ରକାର ନାଚିବାରେ ଲାଗିଥାଏ । ସେଥିପାଇଁ ଏହାର ନାମ ଡିଙ୍ଗାଡିଙ୍ଗା ରଖାଯାଇଛି । ଆଇଏଏନଏସରେ ପ୍ରକାଶିତ ଖବର ଅନୁସାରେ ୟୁଗାଣ୍ଡାରେ ୩୦୦ରୁ ଊର୍ଦ୍ଧ୍ୱ ଏଥିରେ ଆକ୍ରାନ୍ତ ହୋଇ ସାରିଛନ୍ତି । ଏହା ବିଶେଷ ଭାବେ ମହିଳା ଏବଂ ଝିଅମାନଙ୍କୁ ସଂକ୍ରମିତ କରୁଛି । ତୀବ୍ର ଜ୍ୱର ହେବା ଶରୀରରେ କମ୍ପ ଆସିଥାଲ । କମ୍ପନ ଏତେ ମାତ୍ରାରେ ବୃଦ୍ଧି ପାଏ ଯେ, ରୋଗୀ ସ୍ଥିର ହୋଇ ରହିପାରେ ନାହିଁ ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଆଂଟିବାୟୋଟିକ ଦେଇ ଏହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଉଛି ବୋଲି ସ୍ୱାସ୍ଥ୍ୟ ଅଧିକାରୀ କିୟାତା କ୍ରିଷ୍ଟିଫୋର କହିଛନ୍ତି । ସପ୍ତାହକ ମଧ୍ୟରେ ଅଧିକାଂଶ ରୋଗୀ ଭଲ ହୋଇ ଯାଉଥିବା ଦେଖିବାକୁ ମିଳୁଛି । ରୋଗର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ । ଇନଫ୍ଲୁଏଂଜା, ସିଓଭିଆଇଡି-୧୯, ମ୍ୟାଲେରିଆ ଭଳି ଏହା ଏକ ରୋଗ ବୋଲି ଅନୁମାନ କରାଯାଉଛି । ଏହା ଏକ ସଂକ୍ରମଣ ହେଉଥିବାରୁ ସତର୍କ ରହିବା ପାଇଁ ଲୋକଙ୍କୁ କୁହାଯାଇଛି ।

Leave A Reply

Your email address will not be published.