Latest Odisha News

ଓଡ଼ିଶାରେ ନିମ୍ନଗାମୀ କରୋନା ଗ୍ରାଫ: ଆଜି ୪୮୫୨ ପଜିଟିଭ୍, ୧୫ ଜିଲ୍ଲାରେ ଶହେରୁ କମ୍ ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ ତଳକୁ ତଳକୁ ଖସୁଛି କରୋନା ଗ୍ରାଫ । ସେକେଣ୍ଡ ଓ୍ୱେଭରେ ପ୍ରଥମ ଥର ପାଞ୍ଚ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪ହଜାର ୮୫୨ ପଜିଟିଭ୍ । ଏହି ସମୟରେ ୬୭ ହଜାର ୧୨୨ ଟେଷ୍ଟ ହୋଇଛି । କ୍ୱାରେଣ୍ଟାଇନରୁ ୨ହଜାର ୭୬୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨ହଜାର ୮୭ଟି ।

ଖୋର୍ଦ୍ଧାରୁ ସର୍ବାଧିକ ୬୪୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୦୫, ଯାଜପୁରରୁ ୩୮୨, ବାଲେଶ୍ୱରରୁ ୩୬୪, କେନ୍ଦ୍ରାପଡ଼ାରୁ ୨୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୋଳ ଜିଲ୍ଲାରୁ ୨୭୫, ପୁରୀରୁ ୨୩୭, ଭଦ୍ରକରୁ ୨୨୨, ମୟୂରଭଞ୍ଜରୁ ଆଉ ୨୧୦ ସଂକ୍ରମିତ ହୋଇଛନ୍ତି ।

ବାକି ସବୁ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂକ୍ୟା ଦୁଇ ଶହ ଭିତରେ ରହିଛି । ୧୫ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ । ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଦିନରେ ୮ ପ୍ରତିଶତ ତଳେ ରହିଛି ପଜିଟିଭିଟି ରେଟ୍ । ଜି ପଜିଟିଭ୍ ହାର ରହିଛି ୭.୨୨ ପ୍ରତିଶତ ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୮ଲକ୍ଷ ୪୭ହଜାର ୩୧୩କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୭ଲକ୍ଷ ୮୧ହଜାର ୪୮୮ ଆକ୍ରାନ୍ତ । ଏବେ ରାଜ୍ୟରେ ୬୨ହଜାର ୫୧୫ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.