Latest Odisha News

ଭୁବନେଶ୍ବରରୁ ସିଧା ମାଲେସିଆ, ଆରମ୍ଭ ହେଲା ବିମାନ ସେବା

ଭୁବନେଶ୍ବର: ଭୁବନେଶ୍ବରରୁ ମାଲେସିଆ, ଏବେ ଉଡିବ ବିମାନ । ଭୁବନେଶ୍ବର ବିମାନବନ୍ଦରରୁ ମାଲେସିଆ କୁଆଲାଲମ୍ପୁର ବିମାନବନ୍ଦର ମଧ୍ୟରେ ସିଧାସଳଖ ବିମାନ ସେବା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ସେବା ବିମାନ ସଂସ୍ଥା ଏୟାର ଏସିଆ ପକ୍ଷରୁ ପ୍ରଦାନ କରାଯିବ ।

ସୂଚନା ଅନୁଯାୟୀ, କୁଆଲାଲମ୍ପୁରରୁ ବିମାନଟି ରାତି ୧୦ଟା ୧୦ରୁ ବାହାରି ଭୁବନେଶ୍ୱରରେ ରାତି ୧୧ଟା ୨୦ରେ ପହଞ୍ଚିବ । ଏହାପରେ ପୁଣି ଭୁବନେଶ୍ୱରରୁ ବିମାନଟି ରାତି ୧୧ଟା ୫୦ରୁ ଉଡ଼ାଣ ଆରମ୍ଭ କରିବ। ସପ୍ତାହର ୩ଦିନ ଅର୍ଥାତ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଏହି ସେବା ଉପଲବ୍ଧ ହେବ । ତେବେ ପୂର୍ବରୁ ୨୦୧୭ରେ ଏୟାର ଏସିଆ ପକ୍ଷରୁ ଭୁବନେଶ୍ୱର-କୁଆଲାଲମ୍ପୁର ମଧ୍ୟରେ ବିମାନ ଚଳାଚଳ ହେଉଥିଲା । ମାତ୍ର କୋଭିଡ୍‌ ସମୟରେ ଏହାକୁ କରାଯାଇଥିଲା । ଯାହା ପୁଣି ଆରମ୍ଭ ହେବାକୁ ଯାଉଛି । ଏବେ ପୁଣି ସିଧାସଳଖ ଭୁବନେଶ୍ବରରୁ ମାଲେସିଆ ବିମାନ ଯୋଗେ ସଂଯୋଗ କରାଯାଉଛି ।

Comments are closed.