ନୂଆଦିଲ୍ଲୀ: ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ (ଏସପିଜି) ମୁଖ୍ୟ ଅରୁଣ କୁମାର ସିହ୍ନାଙ୍କ ଦେହାନ୍ତ ହୋଇଛି। ଅରୁଣ ସିହ୍ନା ପ୍ରାୟ ଏକ ବର୍ଷ ଧରି କର୍କଟ ରୋଗରେ ପୀଡିତ ଥିଲେ। ସେପ୍ଟେମ୍ବର ୪ରେ ହଠାତ୍ ଯକୃତ ଜନିତ ସମସ୍ୟା ନେଇ ତାଙ୍କୁ ଦିଲ୍ଲୀର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବୁଧବାର ସେ ୬୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ୨୦୧୬ଠାରୁ ଏସପିଜି ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ। ଅରୁଣ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ୱିଙ୍ଗ ଦାୟିତ୍ୱରେ ଥିଲେ।
ଅରୁଣ କୁମାର ସିହ୍ନା ଝାଡ଼ଖଣ୍ଡରେ ଅଧ୍ୟୟନ କରିଥିଲେ। ସେ ତାଙ୍କ କ୍ୟାରିୟରରେ ଅନେକ ବଡ଼ ବଡ଼ ପଦବୀରେ ରହିଆସିଛନ୍ତି। ସିହ୍ନା କେରଳର ବିଭିନ୍ନ ପଦବୀ ଏବଂ ରାଙ୍କରେ କାର୍ଯ୍ୟ କରିଛନ୍ତି। ସେ ଡିସିପି କମିଶନର, ଇଣ୍ଟେଲିଜେନ୍ସ ଆଇଜି ଏବଂ କେରଳ ପୋଲିସର ଥିରୁବନନ୍ତପୁରମ୍ ଆଇଜି ଭାବରେ କାର୍ଯ୍ୟ କରିଥିଲେ। ଏଥିସହିତ ସେ ସୀମା ସୁରକ୍ଷା ବଳରେ ଏକ ବର୍ଷ କାର୍ଯ୍ୟ କରିଥିଲେ । ସେ ମହିଳାଙ୍କ ସୁରକ୍ଷା ଓ ଅଣବାସିନ୍ଦା ଭାରତୀୟଙ୍କ ପ୍ରଭାରୀ ଭାବେ କାର୍ଯ୍ୟ କରିଥିଲେ। ନିକଟରେ ତାଙ୍କର କେନ୍ଦ୍ର ସରକାରଙ୍କଠାରୁ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ସିହ୍ନା ହେଉଛନ୍ତି ୧୯୮୭ ବ୍ୟାଚ୍ର ଜଣେ କେରଳ କାଡର ଆଇପିଏସ ଅଫିସର। ଚଳିତ ବର୍ଷ ମେ’ ୩୦ରେ ତାଙ୍କର ଅବସର ଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ କ୍ୟାବିନେଟ ନିଯୁକ୍ତି କମିଟି ତାଙ୍କ କାର୍ଯ୍ୟକାଳ ଆଉ ଗୋଟିଏ ବର୍ଷ ବୃଦ୍ଧି କରିଥିଲେ।
Comments are closed.