ମୁମ୍ବାଇ: ୩୪ ବର୍ଷ ପରେ ନିର୍ଦ୍ଦେଶକ ରାହୁଲ ରାୱାଲି ୧୯୯୨ରେ ବେଖୁଦୀ ଫିଲ୍ମରୁ କାହିଁକି ସୈଫ ଅଲୀ ଖାଁଙ୍କୁ ବାହାର କରିଥିଲେ ତାହା କହିଛନ୍ତି । ଏହି ଫିଲ୍ମ ମାଧ୍ୟମରେ ସୈଫ ଅଭିନୟ କ୍ୟାରିୟରରେ ପାଦ ଥାପିଥାନ୍ତେ । ସୈଫ ସେ ସମୟରେ ପରିପକ୍ୱ ନ ଥିଲେ । କୌଣସି କଥାକୁ ସେ ଗୁରୁତ୍ୱ ସହକାରେ ନେଉ ନ ଥିଲେ । ସେଥିପାଇଁ ରାହୁଲ ତାଙ୍କୁ କହିଥିଲେ ତୁମେ ଗର୍ଲଫ୍ରେଣ୍ଡ ସହ ବ୍ରେକଅପ କରିନିଅ ଅନ୍ୟଥା ଫିଲ୍ମରୁ ବାହାରି ଯାଅ । ସୈଫ ଏଥିରେ ଉତକ୍ଷିପ୍ତ ହୋଇ ଫିଲ୍ମରୁ ଓହରି ଯାଇଥିଲେ ।
ରାହୁଲ ଏକ ସାକ୍ଷାତକାରରେ ଏହା କହିଛନ୍ତି । ସେ ନିୟମିତ ଶୁଟିଂକୁ ଆସୁ ନ ଥିଲେ । ଅନ୍ୟ କଳାକାରମାନେ ତାଙ୍କ ଯୋଗୁ ଅସୁବିଧାରେ ପଡୁଥିଲେ । ବାଧ୍ୟ ହୋଇ ମୋତେ ଏହି କଠୋର ନିଷ୍ପତି ନେବାକୁ ପଡିଥିଲା ବୋଲି ସେ କହିଛନ୍ତି । ସୈଫ ସେ ସମୟରେ ମଦ ପିଇ ଆସୁଥିବା ଖବର ମଧ୍ୟ ପ୍ରକାଶ ପାଇଥିଲା । ଅବଶ୍ୟ ସେ ସମ୍ପର୍କରେ ରାହୁଲ କିଛି କହି ନ ଥିଲେ । ଏବେ କାହିଁକି ଆପଣ ଫିଲ୍ମରେ ନିର୍ଦ୍ଦେଶନା ଦେଉ ନାହାନ୍ତି । ରାହୁଲ କହିଥିଲେ, ମୋର ପ୍ରବଳ ଇଚ୍ଛା ଥିଲେ ମଧ୍ୟ କେହି ମୋତେ କୌଣସି ଅଫର ଦେଉ ନାହାନ୍ତିି । ଯିଏ ବି ଅଫର ଦେବ ମୁଁ ଫିଲ୍ମ କରିବାକୁ ପ୍ରସ୍ତୁତ ଅଛି ବୋଲି ସେ କହିଥିଲେ ।