Latest Odisha News

BREAKING NEWS

ସାବଧାନ iPhone ୟୁଜର୍ସ ! ଯଦି ଏହି ଫିଚର ଏବେ ବନ୍ଦ ନକରିବେ ତେବେ…

ନୂଆଦିଲ୍ଲୀ: ଯଦି ଆପଣ ଜଣେ iPhone ଉପଭୋକ୍ତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଇଫୋନ୍‌ରେ ଏକ ଫିଚର ରହିଛି, ଯାହା ଆପଣଙ୍କ ଅଜାଣତରେ ଆପଣଙ୍କ ଲୋକେସନ୍‌ ଓ ନେଟୱାର୍କ ଗତିବିଧିକୁ ଟ୍ରାକ୍‌ କରୁଛି। ଏହି ଫିଚର ଏବେ ମଧ୍ୟ ଆପଣଙ୍କ ଫୋନ୍‌ରେ ଅନ୍‌ ଥାଇପାରେ। ଏହାର ନାମ ହେଉଛି WiFi ଟ୍ରାକିଂ। ଆପଣଙ୍କ ଡିଜିଟାଲ ଗୋପନୀୟତା ପାଇଁ ଏହାକୁ ତୁରନ୍ତ ବନ୍ଦ କରିବା ଅତ୍ୟନ୍ତ ଜରୁରୀ।

ଏହି ଫିଚର କ’ଣ କରେ?

ଆଇଫୋନ୍‌ରେ ଏକ ସେଟିଂ ରହିଛି, ଯାହାର ନାମ ହେଉଛି Networking & Wireless। ଏହା ଲୋକେସନ୍‌ ସର୍ଭିସେସ୍‌ ଅଧୀନରେ କାମ କରେ। ଏହି ଫିଚର ଆପଣଙ୍କ ଆଖପାଖରେ ଥିବା WiFi ନେଟୱାର୍କଗୁଡ଼ିକୁ ସ୍କାନ୍‌ କରେ ଏବଂ ସେହି ସୂଚନା ସାହାଯ୍ୟରେ ଆପଣଙ୍କ ଲୋକେସନ୍‌ର ଅନୁମାନ କରେ। ଯଦି ଆପଣ WiFiକୁ ନିଜେ ବନ୍ଦ କରି ରଖିଛନ୍ତି, ତେବେ ମଧ୍ୟ ଏହା କାମ କରି ଚାଲେ। ଅର୍ଥାତ୍‌, WiFi ବନ୍ଦ ହୋଇଥିଲେ ମଧ୍ୟ ଆପଣଙ୍କ ଆଇଫୋନ୍‌ ବ୍ୟାକଗ୍ରାଉଣ୍ଡରେ ନେଟୱାର୍କଗୁଡ଼ିକୁ ସ୍କାନ୍‌ କରୁଛି ଏବଂ ଆପଣଙ୍କ ଲୋକେସନ୍ ଗୁଡ଼ିକ ସହ ଜଡ଼ିତ ଡାଟା ପଠାଉଛି।

Apple କ’ଣ କହୁଛି?

Appleର ଦାବି ଅନୁସାରେ, ଏହି ଫିଚର ଉନ୍ନତ ନେଟୱାର୍କ ସଂଯୋଗ ଏବଂ ଲୋକେସନ୍‌-ଆଧାରିତ ସେବା ପ୍ରଦାନ ପାଇଁ ଉଦ୍ଦିଷ୍ଟ, କିନ୍ତୁ ସତ୍ୟଟି ହେଉଛି ଏହା ଆପଣଙ୍କ ଗୋପନୀୟତା ଏବଂ ଫୋନ୍‌ର ବ୍ୟାଟେରୀ ଉପରେ ନକାରାତ୍ମକ ପ୍ରଭାବ ପକାଏ।

WiFi ଟ୍ରାକିଂ କାହିଁକି ବନ୍ଦ କରିବେ?

  • ଲୋକେସନ୍‌ ଲିକ୍‌ ହେବାର ଆଶଙ୍କା: ଆପଣଙ୍କ ଡାଟା ଆପଣଙ୍କ ଅନୁମତି ବିନା ଶେୟାର ହୋଇପାରେ।
  • ବ୍ୟାଟେରୀ ଶୀଘ୍ର ଶେଷ ହୁଏ: ଫୋନ୍‌ ନିରନ୍ତର ନେଟୱାର୍କ ସ୍କାନିଂ କରୁଥିବାରୁ।
  • ଡାଟା ସୁରକ୍ଷା ଉପରେ ବିପଦ: କିଛି ଥାର୍ଡ ପାର୍ଟି ଆପ୍‌ ଏହି ଡାଟାର ଅପବ୍ୟବହାର କରିପାରେ।
  • ପବ୍ଲିକ୍‌ WiFiରେ ହ୍ୟାକିଂ ଆଶଙ୍କା: ଟ୍ରାକିଂ ହେତୁ ଆପଣଙ୍କ ଫୋନ୍‌ ସାଇବର ଆଟାକ୍‌ର ଶିକାର ହୋଇପାରେ।

WiFi ଟ୍ରାକିଂକୁ କିପରି ବନ୍ଦ କରିବେ?

ଆଇଫୋନ୍‌ରେ ଏହି ଫିଚରକୁ ବନ୍ଦ କରିବା ବେଶ୍‌ ସହଜ। କେବଳ ଏହି ପଦକ୍ଷେପଗୁଡ଼ିକୁ ଅନୁସରଣ କରନ୍ତୁ:

  • ଆପଣଙ୍କ ଆଇଫୋନ୍‌ର Settings ଖୋଲନ୍ତୁ।
  • ନିମ୍ନକୁ ସ୍କ୍ରୋଲ କରି Privacy & Security ଉପରେ ଟ୍ୟାପ କରନ୍ତୁ।
  • ତା’ପରେ Location Services ଅପ୍‌ସନ୍‌କୁ ଯାଆନ୍ତୁ।
  • ସବୁଠାରୁ ତଳେ ଥାଇ System Servicesକୁ ଚୟନ କରନ୍ତୁ।
  • ଏଠାରେ ଆପଣଙ୍କୁ Networking & Wireless ଅପ୍‌ସନ୍‌ ଦେଖାଯିବ।
  • ଏହା ଉପରେ କ୍ଲିକ୍‌ କରି ଟୋଗଲ୍‌କୁ ଅଫ୍‌ କରି ଦିଅନ୍ତୁ।

Comments are closed.