Latest Odisha News

BREAKING NEWS

ସୀମା ଟପିଲା ବର୍ବରତା : ଦିବ୍ୟାଙ୍ଗଙ୍କୁ ମାଡ ମାରି ଲହୁଲୁହାଣ କଲା ଖଲ୍ଲିକୋଟ ପୋଲିସ

ଖଲ୍ଲିକୋଟ : ସବୁ ସୀମା ଟପିଗଲା ଖଲ୍ଲିକୋଟ ପୋଲିସ । ଭୁଲିଗଲା ମଣିଷ ପଣିଆ  । ଜଣେ ଦିବ୍ୟାଙ୍ଗ ଯୁବକକୁ ନିସ୍ତୁକ ଭାବେ ମାଡ ମାରି ଲହୁଲୁହାଣ କରିଛି ପୋଲିସ । ଆଉ ଉପାୟଶୂନ୍ୟ ହୋଇ  ନ୍ୟାୟ ପାଇଁ  ଗଞ୍ଜାମ ଏସପିଙ୍କ ଦ୍ବାରସ୍ଥ ହୋଇଛି  । ଖଲ୍ଲିକୋଟ ଥାନା ଶ୍ୟାମସୁନ୍ଦରପୁର ଗାଁରେ ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ସୂଚନା ମୂତାବକ ଗତକାଲି ପୋଲିସ କୌଣସି ବିଶେଷ ସୂତ୍ରରୁ ବେଆଇନ ବାଣ ପ୍ରସ୍ତୁତ ହେଉଥିବାର ଖବର ପାଇ  ଶ୍ୟାମସୁନ୍ଦରପୁର ଗାଁରେ ଚଢାଉ କରିଥିଲା । ବାଣ ତିଆରି କରୁଥିବା ଯୁବକ ଙ୍କ ମଧ୍ୟରେ  ଥିଲେ ଦିବ୍ୟାଙ୍ଗ ଯୁବକ ରାଜେନ୍ଦ୍ର ନାହାକ  ।

ଚଢାଉ ବେଳେ ପୋଲିସ ଏବଂ ରାଜେନ୍ଦ୍ରଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ପୋଲିସ ଏସଆଇ ଜଣକ ଏକ ଲୁହା ପାଇପରେ ରାଜେନ୍ଦ୍ରଙ୍କୁ ନିର୍ମମ ଭାବେ ମାରି ଲହୁଲୁହାଣ କରିଥିଲେ । ଶେଷରେ କିଛି ଉପାୟ ନ ପାଇ ରାଜେନ୍ଦ୍ର ନ୍ୟାୟ ପାଇଁ ଏସପି ଙ୍କ ଦ୍ବାରସ୍ଥ ହୋଇଥିଲେ । ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବା ପାଇଁ ଉତ୍ରପୁର ଏସଡିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  ।  ଏବଂ ପୋଲିସ ଏସଆଇ ହିମାଂଶୁ ପାତ୍ରଙ୍କୁ ଆରକ୍ଷୀ ମୁଖ୍ୟାଳୟକୁ ବଦଳି କରିଦେଇଛନ୍ତି । ଏବଂ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ।

 

 

 

 

 

 

Leave A Reply

Your email address will not be published.