Latest Odisha News

ସରକାରରେ ବଢ଼ୁଛି ଅହଙ୍କାର ? ସୌମ୍ୟ କହିଲେ ‘ଅଙ୍କୁଶ ନ ଲାଗିଲେ ଗଣତନ୍ତ୍ର ପ୍ରତି ବିପଦ’

ଭୁବନେଶ୍ୱର: ନିରଙ୍କୁଶ ସରକାର, କାହାର ବଢ଼ୁଛି ଅହଙ୍କାର ? ଆଗରୁ ବିରୋଧୀ କହୁଥିଲେ, ଏବେ ଶାସକ ଦଳରୁ ବି ଉଠିଲାଣି ସମାନ ସ୍ୱର । ୨୨ ବର୍ଷରୁ ଅଧିକ ସମୟ ଧରି ସରକାରରେ ରହିବା ପରେ ଅହଙ୍କାର ବଢ଼ି ଗଲାଣି । ଅଙ୍କୁଶ ଲାଗିବା ଦରକାର, ନହେଲେ ଗଣତନ୍ତ୍ର ବିପଦରେ ପଡ଼ିବ ବୋଲି ବିଧାନସଭାରେ ସାମ୍ବାଦିକଙ୍କୁ କହିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

ରାଜ୍ୟରେ ମଦ୍ୟପାନ ହାର ବଢ଼ୁଥିବା ନେଇ ଗୃହରେ ପ୍ରଶ୍ନ କରିଥିଲେ ସୌମ୍ୟରଞ୍ଜନ । ଯାହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ତଥ୍ୟ ଭିତ୍ତିହୀନ । ରାଜ୍ୟରେ କି ଭୁବନେଶ୍ୱରରେ ମହିଳାଙ୍କ ମଦ୍ୟପାନ ହାର ବଢ଼ି ନାହିଁ । କିନ୍ତୁ ସୌମ୍ୟଙ୍କ ଯୁକ୍ତି ମୁଁ ମିଛ କହୁନି । କେନ୍ଦ୍ର ସରକାର ଯାହା ରିପୋର୍ଟ ଦେଇଛନ୍ତି ସେଇ କଥା କହିଛି । ସରକାରୀ ଅଧିକାରୀ ମନ୍ତ୍ରୀଙ୍କୁ ଭୁଲ୍ ତଥ୍ୟ ଦେଉଥିବାରୁ ସୌମ୍ୟ ଉଦବେଗ୍ ପ୍ରକାଶ କରିଛନ୍ତି ।

ଶାସକ ଦଳରେ ଥାଇ ସରକାରଙ୍କ ଅହଙ୍କାର ଉପରେ ଅଙ୍କୁଶ କଥା ଉଠାଇଛନ୍ତି ସୌମ୍ୟ । ଯାହା ପରେ ବିରୋଧୀ ମଧ୍ୟ ସମାନ ସ୍ୱରରେ ସରକାରଙ୍କୁ ଆକ୍ଷେପ କରିଛନ୍ତି । ଅଭିଯୋଗ କରିଛନ୍ତି, ରାଜ୍ୟରେ ଚାଲିଛି ଅଫିସର ରାଜ୍ । ତା’ଛଡ଼ା ବିରୋଧୀ ଆଜି ବିଧାନସଭାରେ ବିଧାୟକଙ୍କ ସାମ୍ବିଧାନିକ ଅଧିକାର କ୍ଷୂର୍ଣ୍ଣ ହେଉଥିବା ଅଭିଯୋଗ କରିଛନ୍ତି । ମୌସୁମୀ ଅଧିବେଶନର ତୃତୀୟ ଦିନରେ ଗୃହରେ ବିରୋଧୀ କଂଗ୍ରେସ ବେକାରୀ, ବେରୋଜଗାରୀ ପ୍ରସଙ୍ଗ ଉଠାଇଥିଲା ।

Leave A Reply

Your email address will not be published.