Latest Odisha News

BREAKING NEWS

ଝାଡଖଣ୍ଡର ଏକ ସ୍କୁଲରେ ଧର୍ମ ନାମରେ ବଦଳିଲା ପ୍ରାର୍ଥନା

ରାଂଚି: ଝାଡଖଣ୍ଡର ଏକ ସ୍କୁଲରେ ଜୋର ଜବରଦସ୍ତ ପ୍ରାର୍ଥନା ବଦଳାଯିବା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଶିକ୍ଷା ମନ୍ତ୍ରୀ ଜଗରନାଥ ମାହୋତୋ ଏହି ଖବର ଜାଣିବା ପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ମୁତାବକ କୋରବାଡିହର ଏକ ମାଧ୍ୟମିକ ବିଦ୍ୟାଳୟରେ ମୁସଲିମ ସମ୍ପ୍ରଦାୟର ଅଧିକ ଛାତ୍ର ପାଠ ପଢ଼ୁଛନ୍ତି । ସେମାନେ ପ୍ରଧାନ ଶିକ୍ଷକ ଯୋଗେଶ ରାମଙ୍କ ଉପରେ ପ୍ରାର୍ଥନା ବଦଳାଇବା ପାଇଁ ଚାପ ପକାଇଥିଲେ । ଭୟରେ ସେ ଏଥିରେ ରାଜି ହୋଇଥିଲେ ମଧ୍ୟ ଶିକ୍ଷା ମନ୍ତ୍ରଣାଳୟକୁ ସୂଚନା ଦେଇଥିଲେ ।

ଦୀର୍ଘ ଦିନ ହେବ ଏହି ସ୍କୁଲରେ ଦୟା କର ଦାନ ପ୍ରାର୍ଥନା ବୋଲାଯାଉଥିଲା । ଏବେ ଏହା ବଦଳରେ ତୁହି ରାମ ତୁହି ରହିମ ପ୍ରାର୍ଥନା ଗାଇବା ପାଇଁ ବାଧ୍ୟ କରାଯାଉଛି । ଏପରିକି ଛାତ୍ର ଛାତ୍ରୀମାନଙ୍କୁ ହାତ ଯୋଡିବା ପାଇଁ ବାରଣ କରାଯାଇଛି । ପ୍ରଧାନଶିକ୍ଷକ ପଂଚାୟତ ମୂଖିଆଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ଘଟଣା ସମ୍ମୁଖକୁ ଆସିଥିଲା । ପ୍ରଶାସନ ତତ୍ପର ହେବା ଫଳରେ ସ୍କୁଲରେ ପୁନର୍ବାର ପୂର୍ବ ଭଳି ପ୍ରାର୍ଥନା ଆରମ୍ଭ ହୋଇଛି ।

Leave A Reply

Your email address will not be published.