ନୂଆଦିଲ୍ଲୀ: ଚୀନରେ ମିଳିଲା ମାନବଙ୍କ ନୂଆ ପ୍ରଜାତି । ସେମାନେ ୩ଲକ୍ଷରୁ ୫ହଜାର ବର୍ଷ ପୂର୍ବେ ଏହି ପୃଥିବୀରେ ବସବାସ କରୁଥିଲେ । ସେମାନଙ୍କ ମୁଣ୍ଡ ବହୁତ ବଡ ଥିଲା । ଏହି ମାନବ ପ୍ରଜାପତିଙ୍କ ନାଁ ହେଲା ‘ହୋମୋ ଜୁଲୁଏନସିସି’ , ଏହାର ଅର୍ଥ ବଡ ମୁଣ୍ଡ । ଆମେମାନେ ହୋମୋ ସାପିଅନ୍ ପ୍ରଜାତି ଙ୍କ ଠାରୁ ହୋଇଛେ । ଯିଏ ପ୍ରାୟ ୩ଲକ୍ଷ ବର୍ଷ ପୂର୍ବେ ବିକଶିତ ହୋଇଥିଲେ । କିନ୍ତୁ ଏହି ନୂଆ ପ୍ରଜାତି କେଉଁଠାରୁ ଆସିଲେ , ବୈଜ୍ଞାନିକମାନେ ତାହାର ସନ୍ଧାନ କରୁଛନ୍ତି ।
ଏହିମାନେ ଆଧୁନିକ ମାନବ ଆସିବା ଠିକ୍ ପୂର୍ବରୁ ହୋମୋନିନ୍ସ କି? ଯିଏ ୭ରୁ ୩ଲକ୍ଷ ପୂର୍ବରୁ ଏହି ଧରିତ୍ରୀରେ ଥିଲେ । ୪ଲକ୍ଷ ବର୍ଷ ପୃଥିବୀରେ ରହିଥିଲେ । ସେହି ସମୟରେ ପୃଥିବୀର ଅଲଗା ଅଲଗା କୋଣରେ ବିଭିନ୍ନ ପ୍ରଜାତି ଥିଲେ , ଯେପରି ୟୁରୋପରେ ହୋମୋ ହିଡେଲବର୍ଗେନିସିସ୍ , ମଧ୍ୟଚୀନରେ ହୋମୋ ଲୋଂଗି । ସେମାନଙ୍କର ଜୀବାଶ୍ମ ମିଳିଛି । ତେଣୁ ବୈଜ୍ଞାନିକ ଏହାର ଅଧ୍ୟୟନ କରି ଜାଣିବାକୁ ପାଇଛନ୍ତି ସେହି ସମୟରେ ବି ପ୍ରାଚୀନ ମାନବଙ୍କ ଅନେକ ପ୍ରଜାତି ବସବାସ କରୁଥିଲେ ।
ଏବେ ଚୀନରେ ଯେଉଁ ମାନବ ପ୍ରଜାତି ବିଷୟରେ ସ୍ପଷ୍ଟ ହୋଇଛି, ତାକୁ ବୈଜ୍ଞାନିକ ଆର୍କେଇକ୍ ହୋମୋ ସାପିୟନ୍ସ ବି କହୁଛନ୍ତି । ଏମାନଙ୍କୁ ମିଡିଲ ପ୍ଲିଷ୍ଟୋସିନ୍ ହୋମୋ ବି କୁହାଯାଏ । କହିବାକୁ ଗଲେ ଏମାନେ ମଧ୍ୟମ ସମୟର । ହଓ୍ବାଇ ବିଶ୍ବବିଦ୍ୟାଳୟର ଅନ୍ଥ୍ରୋପୋଲୋଜିଷ୍ଟ୍ କ୍ରିଷ୍ଟୋଫର ବେ ଓ ଚାଇନିଜ୍ ଏକାଡେମୀ ଅଫ୍ ସାଇନ୍ସେସର ଇନଷ୍ଟିଚ୍ୟୁଟ ଅଫ୍ ଭର୍ଟିବ୍ରେଟ୍ ପାଲେଣ୍ଟିଓଲୋଜିଷ୍ଟ ଶିୟୁଜି ଓ୍ବି ଏହି ନୂଆ ମାନବ ପ୍ରଜାତି ଆବିଷ୍କାର କରିଛନ୍ତି ।
ଏହାର ଅଧ୍ୟୟନର ତଥ୍ୟ ପାଲିଓଆନ୍ଥୋପୋଲୋଜି ଜର୍ନାଲ୍ରରେ ପ୍ରକାଶ ପାଇଛି । ଅଧ୍ୟୟନ ଅନୁସାରେ , ଉତ୍ତର ଚୀନରେ ଭିନ୍ନ ପ୍ରକାର ମନୁଷ୍ୟର ଜୀବାଶ୍ମ ମିଳିଛି । ଏମାନଙ୍କର କଙ୍କାଳ ଓ ଖପୁରୀ ବହୁତ ବଡ ଏବଂ ଓସାରିଆ । ଯେମିତିକି ନିଏଣ୍ଡରଥାଲ ମାନବର ଥିଲା । କିନ୍ତୁ ଏମାନଙ୍କର ଓ
ଡେନିସୋବୈନ ପ୍ରଜାତି ମଧ୍ୟରେ କିଛି ସାମାଞ୍ଜସ୍ୟ ମଧ୍ୟ ଥିଲା ।
ଏବେ ଏହି ଜୀବାଶ୍ମଙ୍କ ଅଧ୍ୟୟନରୁ ଜଣା ପଡିଛି ଯେ, ଏହି ବଡ ମୁଣ୍ଡ ପ୍ରଜାତିର ମାନବ ପ୍ରାଚୀନ ଅଟନ୍ତି । ପାଖାପାଖି ୩ଲକ୍ଷରୁ ୫୦ ହଜାର ବର୍ଷ ପୂର୍ବ ଥିଲେ । ଏବେ ଏହି ଅଧ୍ୟୟନଟି ନେଚର କମ୍ୟୁନିକେସନ୍ସ ଜର୍ନଲରେ ପ୍ରକାଶିତ ହୋଇଛି । ଏମାନଙ୍କର ଜୀବାଶ୍ନ ଚୀନର ଶୁଚାଙ୍ଗ ଓ ଶୁଜିୟାୟୋରେ ମିଳିଥିଲା ।