Latest Odisha News

BREAKING NEWS

କରିଡ଼ର ପାଇଁ ବଦଳିବନି ଶ୍ରୀମନ୍ଦିର ପରମ୍ପରା…

ଭୁବନେଶ୍ୱର :ଶ୍ରୀକ୍ଷେତ୍ରରେ ଆଗାମୀ ଦିନରେ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ହେବାକୁ ଥିବା ଐତିହ୍ୟ କରିଡର ନିର୍ମାଣ ଯୋଗୁଁ କୌଣସି ଶ୍ରୀମନ୍ଦିର ନୀତିକାନ୍ତି ତଥା ପରମ୍ପରା ପ୍ରଭାବିତ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ଦିର ପ୍ରଶାସକ ତଥା ପୂର୍ତ୍ତ ସଚିବ କ୍ରିଶନ କୁମାର ।

ମଙ୍ଗଳବାର ଓଡିଶା ସେତୁ ଓ ନିର୍ମାଣ ନିଗମର କନଫରେନ୍ସ ହଲରେ ଆୟୋଜିତ ଏକ ଆଲୋଚନା ବୈଠକରେ ଐତିହ୍ୟକରିଡର ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଭୂମିପୁତ୍ର କମ୍ପାନୀ ଉପସ୍ଥିତ ସରକାରୀ ଅଧିକାରୀ ତଥା ସମସ୍ତ ଅଂଶୀଦାରଙ୍କୁ ଏହାର ଯୋଜନା ବିଷୟରେ ବିସ୍ତାରରେ ବୁଝାଇଥିଲା ।
ଏହି ଆଲୋଚନାରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସମେତ ବିଭିନ୍ନ ନିଯୋଗ ସମିତି, ବିସ୍ଥାପିତ ସାହି ପରିବାର ତଥା ସେବାୟତଙ୍କ ପ୍ରତିନିଧି ଯୋଗ ଦେଇଥିଲେ ।

ଐତିହ୍ୟକରିଡର ନିର୍ମାଣ ହେଲେ ବହୁ ଦିନ ଧରି ଚାଲିଆସୁଥିବା ଅନେକ ପରମ୍ପରା ଭଙ୍ଗହୋଇପାରେ ବୋଲି ଆଲୋଚନାରେ ଭାଗନେଇଥିବା ପ୍ରତିନିଧିଗଣ ଆଶଙ୍କା ପ୍ରକାଶକରିଥିଲେ । ତେବେ ଏଭଳି କୌଣସି ପରମ୍ପରାଭଙ୍ଗହେବ ନାହିଁ ବୋଲି ମନ୍ଦିର ମୁଖ୍ୟ ପ୍ରଶାସକ ଡଃକ୍ରିଶନ କୁମାର କହିଥିଲେ ।

ମନ୍ଦିର ନୀତିକାନ୍ତି ପ୍ରସ୍ତାବିତ ଐତିହ୍ୟ କରିଡର ନିର୍ମାଣ ହେଲେ ଶ୍ରୀମନ୍ଦିର ସାମ୍ନାରେ ଅନେକ କଳାକୃତି ଓ ବୃକ୍ଷଲତାସ୍ଥାନ ପାଇବ । ଏପରି ହେଲେ ସାହି ପରମ୍ପରା ଅନୁସାରେ ଅରୁଣ ସ୍ତମ୍ଭ ଆଗରେମୃତ୍ୟୁ ପରେଶେଷ ଦର୍ଶନ କରିବା ତଥା ଦେବତା ଓ ଚଳନ୍ତି ପ୍ରତିମାମାନଙ୍କ ପହଣ୍ଡି ହେବାରେ ଅସୁବିଧା ହେବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା ।

ସେହିଭଳି ରଥଖଳାରେ ରଥ ନିର୍ମାଣ, ନୀଳାଦ୍ରି ବିଜେ ଇତ୍ୟାଦି ନିମନ୍ତେ ଆବଶ୍ୟକ ପରିମାଣରେ ସ୍ଥାନ ରହିବକି ନା ସେବିଷୟରେ ମଧ୍ୟ ମନ୍ଦିର ନୀତିକାନ୍ତିରେ ସାମିଲ ଅନେକ ବ୍ୟକ୍ତି ଆଶଙ୍କା ପ୍ରକାଶକରିଥିଲେ । ଏହି ଆଲୋଚନାରେ ଭାଗନେଇ ପୂର୍ତ୍ତସଚିବ କହିଥିଲେକି ସମ୍ପ୍ରତି ପୁରୀ ଐତିହ୍ୟ କରିଡର ଯୋଜନାର କେବଳ ଚିଠା ପ୍ରସ୍ତାବକୁ ସାର୍ବଜନୀନ କରାଯାଇଛି ଓ ଏହା ଚୁଡାନ୍ତ ଯୋଜନା ନୁହେଁ । ଏଣୁ ଅଂଶୀଦାରମାନେ ଯେଉଁସବୁ ପ୍ରସଙ୍ଗ ଉଠାଇଛନ୍ତି ସେସମସ୍ତ ପ୍ରସଙ୍ଗକୁ ଆଖି ଆଗରେ ରଖି କିପରି ଯୋଜନାକୁ ସଂଶୋଧିତବା ପରିବର୍ଦ୍ଧିତ କରାଯାଇପାରିବ ସେବିଷୟରେ ଖୁବଶୀଘ୍ର ଏକ କ୍ଷୁଦ୍ର କମିଟି ନିଷ୍ପତ୍ତି ନେବ ।

ଯଜ୍ଞ, ମହାପ୍ରସାଦ ,ଉତ୍କଳୀୟ ପରମ୍ପରା ଏହି ଆଲୋଚନାରେ ମହାରାଜା ଦିବ୍ୟସିଂହ ଦେବ ବଡଦାଣ୍ଡରେ ଶ୍ରୀମନ୍ଦିର କରିଡର ଅଞ୍ଚଳରେ ଏକ ଯଜ୍ଞଶାଳା ନିର୍ମାଣ କରିବାର ପ୍ରସ୍ତାବ ରଖିଥିଲେ । ସେହିପରିଏହି କରିଡରରେ ସ୍ଥାନିତ ହେଉଥିବା ସମସ୍ତ କଳାକୃତିରେ ଉତ୍କଳୀୟ ସ୍ଥାପତ୍ୟ ପରମ୍ପରାର ଝଲକ ରହିବା ଆବଶ୍ୟକ ବୋଲି ପଦ୍ମବିଭୂଷଣ ପୁରସ୍କାରରେ ସମ୍ମାନିତ ସ୍ଥପତି ରଘୁନାଥ ମହାପାତ୍ର ମତବ୍ୟକ୍ତ କରିଥିଲେ ।

ଏହି ସବୁ ମତାମତକୁ ଯୋଜନାରେ ସାମିଲ କରାଯିବ ବୋଲି ଶ୍ରୀକୁମାରକହିଥିଲେ । ପୁରୀ କରିଡରରେ ଦୈନିକ ପ୍ରାୟ  ପାଞ୍ଚ ହଜାର ଲୋକ ବସି ମହାପ୍ରସାଦ ଭୋଜନ କରିପାରିଲା ଭଳି ଏକ ବ୍ୟବସ୍ଥା କରିବାକୁ ରାଜ୍ୟସରକାର ଆଗ୍ରହ ପ୍ରକାଶ କରିଛନ୍ତି ଓ ଏହାକୁ ଚୁଡାନ୍ତଯୋଜନାରେ ସାମିଲ କରାଯିବାକୁ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡଃକୁମାର କହିଥିଲେ ।

Leave A Reply

Your email address will not be published.