Latest Odisha News

BREAKING NEWS

ମୁମ୍ବାଇରେ ଦିଶା ସାଲିଆନଙ୍କ ଭାବି ସ୍ବାମୀ!

ମୁମ୍ବାଇ: ଦିଶା ସାଲିଆନଙ୍କ ବୟଫ୍ରେଣ୍ଡ୍ ତଥା ଭାବି ସ୍ବାମୀ ରୋହନ ରାୟ ମୁମ୍ବାଇ ଫେରି ପୋଲିସ ସହ ଯୋଗାଯୋଗ କରିଥିବା ସୁତ୍ରରୁ ପ୍ରକାଶ।

ସୂଚନା ଅନୁଯାୟୀ, ମାଲାଡ ସ୍ଥିତ ଘରର ୧୪ ତମ ମହଲାରୁ ଖସି ପଡ଼ିବା ଫଳରେ ଦିଶାଙ୍କର ମୃତ୍ୟୁ ହୋଇଥିଲା। ଯାହା ପରଠାରୁ ରୋହନ ରାୟ ଫେରାର ଥିବା ଚର୍ଚ୍ଚା ହେଉଥିଲା।

ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ ଦିଶା ମୃତ୍ୟୁ ମାମଲାରେ ରୋହନଙ୍କର କିଛି ସମ୍ପର୍କ ନଥିବା ପ୍ରକାଶ କରିଛି ମୁମ୍ବାଇ ପୋଲିସ। ଏପରିକି ରୋହନଙ୍କ ବୟାନ ରେକର୍ଡ କରିବା ବେଳେ ସେପରି କିଛି ସନ୍ଦେହ ସୃଷ୍ଟି ହୋଇନାହିଁ ବୋଲି କହିଛି ମୁମ୍ବାଇ ପୋଲିସ।

ଦିଶାଙ୍କର ରୋହନଙ୍କ ସହ ନିର୍ବନ୍ଧ ହୋଇଥିଲା ବେଳେ ସେ ବହୁ ବଲିଉଡ ସେଲିବ୍ରିଟିଙ୍କ ମ୍ୟାନେଜର ଭାବେ କାମ କରିଛନ୍ତି।

ସେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଭାବେ କାମ କରିଥିଲେ। ଏପରିକି ଦିଶାଙ୍କ ମୃତ୍ୟୁର କିଛି ଦିନ ପରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା।

ତେବେ ଦିଶାଙ୍କ ମୃତ୍ୟୁ ଘଟଣା ସହ ସୁଶାନ୍ତଙ୍କ ମୃତ୍ୟୁର କିଛି ଲିଙ୍କ ରହିଛି ବୋଲି ଖୁବ୍ ଚର୍ଚ୍ଚା ମଧ୍ୟ ହେଉଛି ।

Leave A Reply

Your email address will not be published.