Latest Odisha News

BREAKING NEWS

ମୃତ୍ୟୁ ପରେବି କିଏ ଚଲାଉଥିଲା ଦିଶା ସଲିୟନଙ୍କ ଫୋନ୍ !

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତାଙ୍କର ପୂର୍ବତନ ମ୍ୟାନେଜର ଦିଶା ସଲିୟନଙ୍କ ମୃତ୍ୟୁର ସମ୍ପର୍କ ରହିଛି ବୋଲି ଚର୍ଚ୍ଚା ହେଉଥିଲା ।

ଏବେ ପୁଣି ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେବ । ଟାଇମ୍ସ ନାଓରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦିଶା ସଲିୟନଙ୍କ କଲ୍ ରେକର୍ଡ ଯାଞ୍ଚ କରାଯାଇଥିଲା । ଯେଉଁଥିରୁ ତାଙ୍କ ଫୋନ୍ ଜୁନ୍ ୧୭ ତାରିଖ ଯାଏଁ ଆକ୍ଟିଭ ଥିଲା ବୋଲି ଜଣାପଡିଛି ।

ଯେତେବେଳେ କି ଗତ ଜୁନ୍ ୮ ତାରିଖରେ ଦିଶା ସଲିୟନଙ୍କ ମୃତ୍ୟୁ ହୋଇଥିଲା । ଦିଶାଙ୍କ ଫୋନରୁ ଜୁନ୍ ୯, ୧୦, ୧୫ ଓ ୧୭ ତାରିଖ ଯାଏଁ ଇଣ୍ଟରନେଟ୍ ବ୍ୟବହାର ଓ ଅନେକ ଫୋନ୍ କଲ୍ ମଧ୍ୟ କରାଯାଇଥିଲା ।

ମିଡିଆ ରିପୋର୍ଟ ମୁତାବକ ତାଙ୍କ ଫୋନ୍ ମୁମ୍ବାଇ ପୋଲିସ କିମ୍ବା ତାଙ୍କ ପରିବାର ବର୍ଗଙ୍କ ପାଖରେ ମଧ୍ୟ ନଥିଲା । ତେବେ ଏଭଳି ସମୟରେ କିଏ ତାଙ୍କ ଫୋନ୍ ବ୍ୟବହାର କରୁଥିଲା, ସେନେଇ ଚର୍ଚ୍ଚା ହେଉଛି ।

ଅଧିକ ପଢନ୍ତୁ- ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟାଙ୍କୁ ସିବିଆଇର ସମନ୍ ମିଳିନି; ଦାବି କଲେ ରିୟାଙ୍କ ଓକିଲ

ସୂଚନାଯୋଗ୍ୟ, ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ଏବେ ସିବିଆଇ ତଦନ୍ତ କରୁଛି ।

 

Leave A Reply

Your email address will not be published.