ଭୁବନେଶ୍ୱର: କ୍ରମାଗତ ପ୍ରଭାବୀ ପ୍ରଦର୍ଶନ ସତ୍ୱେ ଓଡିଶାର ଉଦୀୟମାନ ସାଇକ୍ଲିଷ୍ଟ ସ୍ୱସ୍ତି ସିଂ ହାଙ୍ଗଝୋଉ ଏସିଆନ ଗେମ୍ସରେ ଖେଳିବା ପାଇଁ ସୁଯୋଗ ପାଇ ନାହାନ୍ତି । ଯାହାକୁ ନେଇ ସେ ଭାଙ୍ଗି ପଡିଛନ୍ତି । ଏପରିକି ସେ ତାଙ୍କ ପ୍ରିୟ ଇଭେଂଟ ଛାଡି ଦେବା ପାଇଁ ମଧ୍ୟ ଚିନ୍ତା କରୁଛନ୍ତି । ସ୍ୱସ୍ତି ଜାତୀୟସ୍ତରରେ ୩୦ରୁ ଅଧିକ ପଦକ ଏବଂ ୪ ଆନ୍ତର୍ଜାତୀୟ ପଦକ ହାସଲ କରିଛନ୍ତି । ବିର୍ସା ମୁଣ୍ଡା ଆଥଲେଟିକ୍ସ ଷ୍ଟାଡିୟମରେ ଖେଲୋ ଇଣ୍ଡିଆ ମହିଳା ସାଇକ୍ଲିଂ ଲିଗ(ଟ୍ରାକ ଇଭେଂଟ, ପୂର୍ବାଂଚଳ)ରେ ସ୍ୱସ୍ତି ଗୋଟିଏ ସ୍ୱର୍ଣ୍ଣ ଓ ୪ଟି ରୌପ୍ୟ ପଦକ ହାସଲ କରିଥିଲେ । ସାଇ ସେଂଟରର ଏହି ଆଥଲେଟ ମହିଳା ଏଲିଟ ୫୦୦ ମିଟର ଟାଇମ ଟ୍ରାଏଲରେ ସ୍ୱର୍ଣ୍ଣ ଜିତିଥିବା ବେଳେ ୩୦୦ ମିଟର ବ୍ୟକ୍ତିଗତ ପରସ୍ୟୁଟ, ୨୦୦ମିଟର ସ୍ପ୍ରିଂଟ ଓ ୭.୫ କିମି ସ୍କ୍ରାଚ ରେସରେ ରୌପ୍ୟ ପଦକ ହାସଲ କରିଥିଲେ । ମହାରାଷ୍ଟ୍ରରେ ଅନୁଷ୍ଠିତ ଜାତୀୟ ରୋଡ ସାଇକ୍ଲିଂ ଚାମ୍ପିୟନଶିପର ୯୦ କିମି ଇଭେଂଟରେ ସ୍ୱର୍ଣ୍ଣ ଏବଂ ଜାତୀୟ ଟ୍ରାକ ସାଇକ୍ଲିଂ ଚାମ୍ପିୟନଶିପରେ ଗୋଟିଏ ଲେଖାଁଏ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ ।
ଏସିଆନ ଗେମ୍ସ ପାଇଁ କୌଣସି ମହିଳା ଆଥଲେଟଙ୍କୁ ଚୟନ କରା ନ ଯିବା ତାଙ୍କୁ ବ୍ୟଥିତ କରିଛି । କେବଳ ଜଣେ ପୁରୁଷ ସାଇକ୍ଲିଷ୍ଟଙ୍କୁ ଚୟନ କରାଯାଇଛି । ତେବେ ସ୍ୱସ୍ତି ହତାଶ ନ ହେବା ପାଇଁ ପରାମର୍ଶ ଦିଆଯାଇଛି । ତାଙ୍କୁ ଏବେ ୨୨ ବର୍ଷ । ସେ ଆଗକୁ ଅନେକ ଏସିଆନ ଗେମ୍ସରେ ଅଂଶଗ୍ରହଣ କରିପାରିବେ । ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଆଗକୁ ବଢ଼ିବା ପାଇଁ ତାଙ୍କୁ ହିତକାଂକ୍ଷୀମାନେ ପରାଶର୍ମ ଦେଇଛନ୍ତ । ଯଦି ଓଡିଶା ସରକାର ଆବଶ୍ୟକ ସହଯୋଗ କରିବେ ତେବେ ସ୍ୱାତୀ ବିଦେଶରେ ଫରେନ କୋଚ ସହିତ ଅଭ୍ୟାସ କରିବା ନେଇ ଆଶା ବ୍ୟକ୍ତ କରିଛନ୍ତି ।
Comments are closed.