ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶି ମହାକାଳ ଏକ୍ସପ୍ରେସ ଉଦଘାଟନ କରିଛନ୍ତି । ଯାହା ତିନୋଟି ଧାର୍ମିକ ସହର ବାରଣାସୀ, ଉଜୈନ ଏବଂ ଓଁକାରେଶ୍ୱରକୁ ଯୋଡ଼ୁଛି । ବାରାଣାସୀରୁ ଇନ୍ଦୋର ଯିବାକୁ ଥିବା କାଶି ମହାକାଳ ଏକ୍ସପ୍ରେସରେ ଭଗବାନ ଶିବଙ୍କ ପାଇଁ ଏକ ସିଟ ଖାଲି ରଖାଯାଇଛି । ତେବେ ଭଗବାନଙ୍କ ନାଁରେ ଏହି ସିଟ ଖାଲି ରଖିବାକୁ ନେଇ ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଧିନ ୱବେସି ପ୍ରଶ୍ନ ଉଠାଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ସମ୍ବିଧାନରେ ସମସ୍ତ ଧର୍ମ ଏକ ପ୍ରକାର । ସମସ୍ତଙ୍କୁ ସମାନ ବ୍ୟବହାର କରାଯିବା ଉଚିତ । ଏହା ପୂର୍ବରୁ ଅସଦୁର୍ଦ୍ଧିନ ଧର୍ମ ଆଧାରରେ ମୋଦୀ ରାଜନୀତି କରୁଥିବାର ଆରୋପ ଲଗାଇଥିଲେ । ଯେଉଁଥିରେ ସିଏଏ ଏବଂ ଏନଆରସି ମଧ୍ୟ ସାମିଲ ଥିବା କହିଥିଲେ ୱବେସି । ସୂଚନା ମୁତାବକ ଏହି ଏକ୍ସପ୍ରେସର ୫ନମ୍ବର ବଗିର ୬୪ନମ୍ବର ସିଟକୁ ମନ୍ଦିର ଭାବେ ସଜା ଯାଇଛି । ଭଗବାନ ଶିବଙ୍କର ସେଠାରେ ଛୋଟ ମନ୍ଦିର ତିଆରି କରାଯାଇଛି । ଏହାଦ୍ୱାରା ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ଶିବଙ୍କ ଦର୍ଶନ କରିପାରିବେ ।
BREAKING NEWS
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
- ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଲେ ଜାଡେଜା, ଲୋଗୋକୁ ଦେଖି ହେଲେ ଭାବପ୍ରବଣ
- ବଡ଼ ଘୋଷଣା-ବଡ଼ ପ୍ରଚାର, ଦାୟିତ୍ୱ ଶୂନ୍ୟ: ସରକାରଙ୍କୁ ରାହୁଲଙ୍କ ସମାଲୋଚନା
- ୧ ଏପ୍ରିଲରୁ ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ କରିବାକୁ ପଡ଼ିବ?
- ଓଡିଶାକୁ ଆଉ ନାହିଁ ମାଓ ବିପଦ
- Congress’s ‘miracle’ dig at Amit Shah: ଅମିତ ଶାହଙ୍କ ଭାଷଣ ନେଇ କଟାକ୍ଷ କଲା କଂଗ୍ରେସ, କହିଲା, ‘୯୦ ମିନିଟର ଚିତ୍କାର…ଚମତ୍କାର…’
- ଯାଜପୁର ପୋଲିସ୍ ଦ୍ୱାରା “ଇ-ମିତ୍ର” ଚାଟ୍ବୋଟ୍ର ଶୁଭାରମ୍ଭ
- ସେପ୍ଟିକ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
Comments are closed.