Latest Odisha News

ଜାତୀୟ ପତାକାକୁ ଅସମ୍ମାନ କରି ଗିରଫ ହେଲେ ସରକାରୀ ଅଧିକାରୀ ପ୍ରଶାନ୍ତ ସ୍ୱାଇଁ

ପୁରୀ: ଜାତୀୟ ପତାକାକୁ ଅସମ୍ମାନ କରିବା ପଡ଼ିଲା ମହଙ୍ଗା। ଗିରଫ ହେଲେ ପ୍ରଶାନ୍ତ କୁମାର ସ୍ବାଇଁ। ପୁରୀ ଗୋପ ବ୍ଲକ ସିମିଳି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ପ୍ରଶାନ୍ତ କୁମାର ସ୍ୱାଇଁ ଦେଶର ଜାତୀୟ ପତାକାକୁ ଅସମ୍ମାନ କରିଥିବାର ଭିଡିଓ ବିଜୁଳି ବେଗରେ ଭାଇରାଲ ହୋଇଥିଲା। ଏହାପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ପୋଲିସ ତାଙ୍କୁ ଗିରଫ କରିଛି। ତେବେ ଏହି ଭାଇରାଲ ଭିଡିଓକୁ ନେଇ ସେ ଗୁରୁବାର କ୍ଷମା ପ୍ରାର୍ଥନା କରିଛନ୍ତି।

ପ୍ରଶାନ୍ତ ସ୍ୱାଇଁ ନିଜ ଅଫିସରେ ଥିବା ଟେବୁଲ୍ ଓ ଚେୟାରକୁ ଜାତୀୟ ପତାକାରେ ସଫା କରୁଥିବା ବେଳେ ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଭିଡିଓରେ ସେ କେବଳ ଆସବାପତ୍ର ସଫା କରୁନାହାନ୍ତି ବରଂ ମୋବାଇଲ ମଧ୍ୟ ପରିସ୍କାର କରି ଡଷ୍ଟବିନରେ ପତାକାକୁ ଫିଙ୍ଗୁଥିବାର ଦେଖିବାକୁ ମିଳିଥିଲା।

ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ପ୍ରଶାନ୍ତ ସ୍ୱାଇଁ ଗଣମାଧ୍ୟମ ସମ୍ମୁଖରେ କ୍ଷମା ପ୍ରାର୍ଥନା କରିବା ସହ ଏହା ଏକ ଭୁଲ୍ ଥିଲା ଏବଂ ଆଗକୁ ଏପରି ହେବ ନାହିଁ ବୋଲି କହିଛନ୍ତି।

 

Comments are closed.