ଭୁବନେଶ୍ୱର: ତିନି ଦିନ ହୋଇଗଲଣି । ବିଶ୍ୱ ନିୟନ୍ତା ପ୍ରଭୁ ଶ୍ରୀ ଲିଙ୍ଗରାଜ ଖାଡା ଉପାସରେ । ନା ହେଉଛି ନୀତିକାନ୍ତି ନା ଭୋଗଲାଗି । ସେବାୟତ ବିବାଦକୁ ନେଇ ବନ୍ଦ ରହିଛି ମହାପ୍ରଭୁଙ୍କ ସେବା । ଆଜି ବସିବ ସେବାୟତ-ମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ବୈଠକ । ବୈଠକରେ ଆଲୋଚନା ପରେ ସମାଧାନର ସୂତ୍ର ବାହାରିବାର ସମ୍ଭାବନା ରହିଛି । ଯଦି ସମାଧାନ ନ ବାହାରିଲା ତେବେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଦେବୋତ୍ତର କମିଶନର ।
ଆଲୋଚନା କରି ବିବାଦ ତୁଟାଇବା ପାଇଁ ଅତିରିକ୍ତ ଦେବୋତ୍ତର କମିଶନର ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟ ନିର୍ବାହୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କୁ ଲିଖିତ ନିର୍ଦ୍ଦେଶ ଦେଇଛନ୍ତି । ଆଲୋଚନାରେ କୌଣସି ପକ୍ଷ ରାଜି ନ ହେଲେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ପାଇଁ କୁହାଯାଇଛି । ଏଥିସହ ପୁରୁଣା ବିବାଦ ଏବଂ ନୀତିକାନ୍ତି ବନ୍ଦ ସମ୍ପର୍କରେ ସମସ୍ତ ରିପୋର୍ଟ ଦେବାକୁ କହିଛନ୍ତି ଅତିରିକ୍ତ ଦେବୋତ୍ତର କମିଶନର ।
ସୂଚନା ଥାଉ କି, ଏକ ଦୋକାନ ଘର ନିର୍ମାଣକୁ ନେଇ ବଡୁ ନିଯୋଗ ଏବଂ ବ୍ରାହ୍ମଣ,ପୂଜାପଣ୍ଡା ନିଯୋଗ ମଧ୍ୟରେ ବିବାଦ ଲାଗିଛି । ଏହାକୁ ନେଇ ଲିଙ୍ଗରାଜଙ୍କ ସେବା ବନ୍ଦ କରି ଦେଇଛନ୍ତି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ । ଏପଟେ ନୀତିକାନ୍ତି ବନ୍ଦ ରହିଥିଲେ ବି ଭକ୍ତଙ୍କ ଦର୍ଶନ ପାଇଁ ସାହଣମେଲା ଖୋଲା ରହିଛି ।
ମହାପ୍ରଭୁଙ୍କୁ ଉପାସରେ ଦେଖି ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ଏହାକୁ ନେଇ ସେବାୟତଙ୍କ ଉପରେ ବର୍ଷିଛନ୍ତି । କଥା କଥାକେ ଏପରି ପ୍ରଭୁଙ୍କ ନୀତିକାନ୍ତି ବନ୍ଦ କରିବା ଠିକ ନୁହେଁ ବୋଲି କହିଛନ୍ତି । ଅନ୍ୟପକ୍ଷେ ସରକାର ଏହାର ସମାଧାନ କରୁ ନ ଥିବାରୁ କଡା ସମାଲୋଚନା କରିଛନ୍ତି କଂଗ୍ରେସ ନେତା ।
BREAKING NEWS
- PM Modi Visit: ୨ ଦିନିଆ ଆସାମ-ବଙ୍ଗଳା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ… ଦୁଇଟି ନୂତନ ଅମୃତ ଭାରତ ଟ୍ରେନ୍ କରିବେ ଉଦଘାଟନ
- Threatening Call to B Praak: ଗାୟକ ବି ପ୍ରାକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଲା ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ, ମାଗିଲା ୧୦ କୋଟି ଟଙ୍କା…
- Gaza Board Of Peace: ଗାଜା ପାଇଁ ଟ୍ରମ୍ପଙ୍କ ବଡ଼ ପଦକ୍ଷେପ: ଘୋଷଣା କଲେ ଶାନ୍ତି ବୋର୍ଡ
- BMC Election: ମୋ ଘର ଭାଙ୍ଗିଥିବା ଲୋକଙ୍କ ଘର ଜନତା ଭାଙ୍ଗିଲେ… ଉଦ୍ଧବଙ୍କ ପରାଜୟକୁ ନେଇ କଙ୍ଗନାଙ୍କ ବୟାନ ଭାଇରାଲ
- BMC Elections: ‘ଠାକରେ’ ଶାସନ ଶେଷ, ବିଜେପି-ଶିବସେନା ମେଣ୍ଟର ଐତିହାସିକ ବିଜୟ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି…
- Red Fort: ଲାଲକିଲ୍ଲାରେ ପ୍ରଥମଥର ପାଇଁ ଲାଗିବ ସିସିଟିଭି କ୍ୟାମେରା, ୭ ବର୍ଷ ପରେ ଯୋଜନାକୁ ମିଳିଲା ଅନୁମୋଦନ
- ଭଦ୍ରକରେ ଗୋ ମାଫିଆଙ୍କ ଘରେ କେନ୍ଦୁଝର ପୋଲିସର ଚଢାଉ
- ଟ୍ରମ୍ପଙ୍କ ସବୁଠାରୁ ବଡ଼ ଭୟ! ଆମେରିକା ବିଶ୍ବକୁ ଟାରିଫ୍ ଧମକ ଦେଇ ଏହା ହାସଲ କରିବାକୁ ଚାହୁଁଛି
- Return of Indians: ଇରାନରେ ଫସି ରହିଥିବା ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଆରମ୍ଭ; ଦିଲ୍ଲୀ ପହଞ୍ଚିଲା ପ୍ରଥମ ଟିମ୍
- Nisha Maharana: ନିଶା ମହାରଣାଙ୍କୁ ଘାରିଲା ଗିରଫଦାରୀ ଭୟ, ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ
Comments are closed.