Latest Odisha News

BREAKING NEWS

ନିଃସହାୟ ପରିବାରକୁ ସହାୟତାର ହାତ ବଢାଇଲା ଜିଲ୍ଲା ପ୍ରଶାସନ

କଟକ: କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ କାନପୁର ପଞ୍ଚାୟତରେ ସ୍ବର୍ଗତ ଦିନେଶ ମହାରଣାଙ୍କ ଘର। ଗତ ପାଞ୍ଚ ବର୍ଷ ହେବ ଦିନେଶ କିଡନି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଦଶ ଦିନ ତଳେ ତାଙ୍କର ମୃତ୍ୟୁ ଘଟିଛି।ପରିବାର କହିଲେ ଦିନେଶ ଙ୍କର ବିଧବା ସ୍ତ୍ରୀ ଓ ଦୁଇ ଝିଅ।

ସ୍ତ୍ରୀ ଛବିରାଣୀ ମହାରଣା ମଧ୍ୟ ବ୍ରେନ ଟ୍ୟୁମରରେ ପିଡିତା।ସାହାଯ୍ୟ କରିବାକୁ ସେମାନଙ୍କର କେହି ନିଜର ନାହାନ୍ତି।ତେଣୁ ଦୁଇ ନାବାଳିକା ଝିଅ ମାନଙ୍କ ଲାଳନ ପାଳନ ପାଇଁ ସ୍ଥାନୀୟ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ।

ନରସିଂହପୁର BDO ଏହା ଜାଣିବା ପରେ ନିଜେ ସ୍ବର୍ଗତ ଦିନେଶଙ୍କର ଦୁଇ ଝିଅଙ୍କ ପାଇଁ ପୋଷାକ ଓ ମିଠା ନେଇ ଆସିଥିଲେ।BDO ଙ୍କ କହିବାଅନୁଯାୟୀ, ଯାହାର କେହି ନାହାନ୍ତି ସେମାନଙ୍କ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା କରାଯାଇଛି।କେହି ଯେମିତି କୌଣସି ପ୍ରକାର ଅସୁବିଧାରେ ରହିବେ ନାହିଁ। ଏହି ଅସହାୟ ପରିବାରକୁ ଅର୍ଣ୍ଣପୂର୍ଣା ଯୋଜନା ଠାରୁ ଆରମ୍ଭ କରି ସୁକନ୍ୟା ଯୋଜନା ପର୍ଯ୍ୟନ୍ତ ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ନରସିଂହପୁର BDO ପ୍ରଦୀପ କୁମାର ସାହୁ।

Comments are closed.