କନ୍ଧମାଳ: କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ୨୦୨୩ ମସିହା ଅଗଷ୍ଟ ମାସ ୧୭ ତାରିଖରୁ ଜିଲ୍ଲା ଇ- ପାଠାଗାର ସହ ସଂଲଗ୍ନ ଏଚ ଆର ଡି ସି ବିଲ୍ଡିଙ୍ଗରେ ପ୍ରତିଷ୍ଠିତ ହୋଇଛି ସିଭିଲ ସର୍ଭିସ୍ କୋଚିଂ ସେଣ୍ଟର୍ । ଓଡ଼ିଶା ଖଣି ନିଗମର ଆର୍ଥିକ ସହାୟତା ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଦ୍ୱାରା ପରିଚାଳିତ ହେଉଛି ଏହି କୋଚିଂ ସେଣ୍ଟର୍ । ସୋମବାର ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲାପାଳ ବେଦଭୁଷଣ କୋଚିଂ ସେଣ୍ଟର୍ ପରିଦର୍ଶନରେ ଆସି ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଇଥିଲେ । ମୁଖ୍ୟତଃ ଚଳିତ ବର୍ଷ ଅଳ୍ପଦିନ ମଧ୍ୟରେ ହେବାକୁ ଥିବା ଭାରତୀୟ ତଥା ଓଡ଼ିଶା ପ୍ରଶାସନିକ ପ୍ରବେଶିକା ପରୀକ୍ଷା ନିମନ୍ତେ ପ୍ରସ୍ତୁତି କୌଶଳ ଓ ଟେଷ୍ଟ ସିରିଜ ନିରନ୍ତର ଅଭ୍ୟାସ ନିମନ୍ତେ ଗୁରୁତ୍ୱ ପ୍ରଦାନ କରିଥିଲେ। ପିଲାଙ୍କୁ ପ୍ରସ୍ତୁତି ସହ ବ୍ୟକ୍ତିଗତ ତ୍ରୁଟି ସଂଶୋଧନର ସୂତ୍ର ଓ ନିଜ ପରୀକ୍ଷା ସମୟର ଅଭିଜ୍ଞତା ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀଙ୍କ ଆକାଂକ୍ଷିତ ପ୍ରଶ୍ନର ସହଜ ସରଳ ସମାଧାନ ବତାଇଥିଲେ। ଜିଲ୍ଲାକୁ ଆସିବା ଦିନଠାରୁ ଇ – ପାଠାଗାର ଓ ସିଭିଲ ସର୍ଭିସ୍ କୋଚିଂ ସେଣ୍ଟର୍ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି ଜିଲ୍ଲପାଳ ବେଦଭୂଷଣ। ବିଭିନ୍ନ ସମୟରେ ନିଜେ ଆସିବା ସହ ଜିଲ୍ଲାକୁ ଆସୁଥିବା ଉଚ୍ଚପଦସ୍ଥ ଅଧିକାରୀଙ୍କୁ ପରିଦର୍ଶନ ଓ ଛାତ୍ର ଛାତ୍ରୀଙ୍କ ସହ ପ୍ରେରଣାଦାୟୀ କ୍ଲାସ ପ୍ରଦାନରେ ଉଲ୍ଲେଖଯୋଗ୍ୟ ଭୂମିକା ସୃଷ୍ଟି କରିଛନ୍ତି। ତତ୍ସହିତ ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣିତା ଦାସ, ଆଇ ଟି ଡି ଏ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ଖଜୁରୀପଡା ବ୍ଲକ୍ ଉନ୍ନୟନ ଅଧିକାରୀ ଶୁଭ ଦତ୍ତାତ୍ରେୟ ବାହିନୀପତି, ଫୁଲବାଣୀ କୃଷି ବିଭାଗ ପରିସଂଖ୍ୟାନ ସହାୟକ ଦୀପକ ରଞ୍ଜନ ପାଢ଼ୀ ନିଜ ଅବସର ସମୟରେ କୋଚିଂରେ ପାଠପଢ଼ାଇ ଯୁବପିଢ଼ିଙ୍କୁ ସାହାଯ୍ୟ ଓ ଉତ୍ସାହିତ କହିଛନ୍ତି। ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ଅଧିକ ସୁବିଧା ସୁଯୋଗ ସହ କ୍ୟାରିୟର କାଉନସେଲିଂ ଓ ମେଣ୍ଟରଶିପ ଶିକ୍ଷାଦାନକୁ ଗୁରୁତ୍ୱ ଦିଆଯିବ ବୋଲି ଆଇ ଟି ଡି ଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ପାତ୍ର କହିଛନ୍ତି। ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ ଓ ନିୟମିତ ପରିଦର୍ଶନ ଅନେକ ଛାତ୍ର ଛାତ୍ରୀଙ୍କୁ ପାଠାଗାର ଓ କୋଚିଂ ପ୍ରତି ଆକୃଷ୍ଟ କରିବା ସହ ସଫଳତାର ହାରକୁ ତ୍ୱରାନ୍ୱିତ କରିପାରିଛି ବୋଲି ଇ – ପାଠାଗାର ଓ ସିଭିଲ ସର୍ଭିସ୍ କୋଚିଂ ସେଣ୍ଟର୍ ପରିଚାଳନା ଦାୟିତ୍ୱରେ ଥିବା ଶିବ ସୁନ୍ଦର ସାହୁ ମତବ୍ୟକ୍ତ କରିଛନ୍ତି।
BREAKING NEWS
- ଓଟିଇଟି ପରୀକ୍ଷା ପାଇଁ ଆବେଦନ ୨୬ରୁ, ମେ’୨୯ରେ ପରୀକ୍ଷା
- ଦଳା ଚକଟାରେ ମୃତ୍ୟୁବରଣ କରିଥିବା ପ୍ରଶଂସକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବ କେଏସସିଏ
- ଫୁଲବାଣୀ ସିଭିଲ ସର୍ଭିସ୍ କୋଚିଂ ସେଣ୍ଟରରେ ପାଠ ପଢ଼ାଇଲେ ଜିଲ୍ଲାପାଳ
- ବିଶ୍ଵ ଯକ୍ଷ୍ମା ଦିବସରେବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ
- ବିଶ୍ଵ ଯକ୍ଷ୍ମା ଦିବସରେବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆହ୍ୱାନ
- କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ନେତୃତ୍ୱରେ ରେଳ ମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ସାଂସଦ ପ୍ରତିନିଧି ଦଳ
- Gold Rate Crashes: ବଢୁଛି ଯୁଦ୍ଧ…କମୁଛି ସୁନା ଦର…ସିଧା ଲକ୍ଷେ ଖସିଲା!
- ଖୁବଶୀଘ୍ର ଶେଷ ହେବ ମଧ୍ୟପ୍ରାଚ୍ୟ ଯୁଦ୍ଧ! ଇସଲାମାବାଦରେ ହେବ ବୈଠକ
- ଭାରତର ମୋଷ୍ଟ ୱାଣ୍ଟେଡ୍ ଡ୍ରଗ୍ସ ମାଫିଆ ଦୁବାଇରେ ଗିରଫ
- ଭୁବନେଶ୍ବର ଏୟାରପୋର୍ଟରୁ ୬ କୋଟିରୁ ଅଧିକ ଟଙ୍କାର ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ