Latest Odisha News

ଲୋକଙ୍କୁ ଠିକ୍ ସମୟରେ ସେବା ମିଳୁନଥିଲା, ତହସିଲଦାରଙ୍କ ଦରମା ବନ୍ଦ କଲେ ଜିଲ୍ଲାପାଳ

ରାୟଗଡା: କାର୍ଯ୍ୟରେ ଅବହେଳା ଯୋଗୁଁ କର୍ମଚାରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏପରି ନିର୍ଦ୍ଦେଶ ଦେଇ ଚର୍ଚ୍ଚାରେ ରାୟଗଡା ଜିଲ୍ଲାପାଳ ସ୍ୱଧା ଦେବ ସିଂ । ଦରମା ବନ୍ଦ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ କାଶୀପୁର ତହସିଲଦାର ସମେତ 30 ଜଣ ସରକାରୀ କର୍ମଚାରୀ ରହିଛନ୍ତି। ସାଧାରଣତଃ କର୍ମଚାରୀଙ୍କର ଦରମା ବନ୍ଦ ହେବାର ଖବର ଆସେ କିନ୍ତୁ ଏହି ଖବରର ନୂଆ ହେଉଛି ଜଣେ ତହସିଲଦାରଙ୍କ ଦରମା ବନ୍ଦ ହୋଇଛି। ଯିଏକି ଜଣେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ  ବା ଓଏଏସ ।

ଜିଲ୍ଲାପାଳ ସ୍ଵଧା ଦେବ ସିଂ ଅନୁଧ୍ୟାନ କରିଦେଖିଥିଲେ ଯେ ଅଫିସ କାଗଜ ପତ୍ର ଠିକ ରହୁନି । ଲୋକଙ୍କୁ ଠିକ ସମୟରେ ସେବା ପ୍ରଦାନ କରାଯାଉନି । ତେଣୁ ବାଧ୍ୟ ହୋଇ ଏପରି ଏକ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଗତ ୨୨ ତାରିଖରେ ଜିଲ୍ଲାପାଳ କାଶୀପୁର ତହସିଲ କାର୍ଯ୍ୟାଳୟ ନୀରିକ୍ଷଣ ପାଇଁ ଯାଇଥିଲେ। ନୀରିକ୍ଷଣ ସମୟରେ ଅନେକ କାମ ଶେଷ ହୋଇନଥିବା ନଜରକୁ ଆସିଥିଲା। ଏଭଳିକି ଲୋକେ ନିଜର ଡକ୍ୟୁମେଣ୍ଟ ପାଇଁ ଆବେଦନ କରି ବହୁ ଦିନରୁ ଅପେକ୍ଷା କରିଥିବା ସୂଚନା ମିଳିଥିଲା । ଏହାପରେ ଜିଲ୍ଲାପାଳ ସ୍ଵଧା ଦେବ ସିଂ ଏହି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦରମା ବନ୍ଦ ରହିବ ବୋଲି ସେ ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି।

Comments are closed.