ଆଗ୍ରା: ଝିମିଟି ଖେଳରୁ ମହାଭାରତ । ସାମାନ୍ୟ ୫ ଟଙ୍କିଆ କୁରକୁରେ ପାଇଁ ଅଦାଲତରେ ସ୍ଵାମୀ-ସ୍ତ୍ରୀ । ବିବାହର ଗୋଟିଏ ବର୍ଷ ପରେ କୋର୍ଟର କାଠଗଡାରେ ପତି-ପତ୍ନୀ । ଉତ୍ତର ପ୍ରଦେଶ ଆଗ୍ରାରୁ ଆସିଛି ଏଭଳି ଏକ ଘଟଣା । ଉତ୍ତର ପ୍ରଦେଶର ଆଗ୍ରାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସ୍ବାମୀ ୫ଟଙ୍କିଆ କୁରକୁରେ ପ୍ୟାକେଟ୍ ନଆଣିବାରୁ ସ୍ତ୍ରୀ ଏବେ ଛାଡ଼ପତ୍ର ପାଇଁ ଅଦାଲତରେ ।
ଘଟଣା ଟି ହେଉଛି ଠିକ ଏପରି, ୨୦୨୩ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଉଭୟ । କୁରକୁରେ ପତ୍ନୀଙ୍କର ସବୁଠାରୁ ପ୍ରିୟ ଜାଣିବା ପରେ ବିବାହ ପରଠାରୁ ପ୍ରତିଦିନ ସ୍ଵାମୀ ତାଙ୍କ ସ୍ତ୍ରୀ ପାଇଁ ୫ ଟଙ୍କିଆ କୁରକୁରେ ଆଣୁଥିଲେ । କିନ୍ତୁ ଦିନେ କୌଣସି କାରଣରୁ ସ୍ଵାମୀ ଜଣଙ୍କ ତାଙ୍କ ପତ୍ନୀଙ୍କ ପାଇଁ କୁରକୁରେ ଆଣିବାକୁ ଭୁଲିଯାଇଥିଲେ । ଯେଉଁଥିପାଇଁ ଆରମ୍ଭ ହୋଇଥିଲା ମହାଭାରତ । ଉଭୟ ସ୍ଵାମୀ-ସ୍ତ୍ରୀଙ୍କ ଭିତରେ ସାମାନ୍ୟ ୫ ଟଙ୍କିଆ କୁରକୁରେ ପାଇଁ ଝଗଡା ଆରମ୍ଭ ହୋଇଥିଲା । ଆଉ ଏହି ଝଗଡା ଏତେ ତୀବ୍ର ହୋଇଗଲା ଯେ ପତ୍ନୀ ତାଙ୍କ ଜିନିଷ ପତ୍ର ଧରି ସିଧାସଳଖ ବାପ ଘରକୁ ଚାଲିଗଲେ । ଗତ ଦେଢ ମାସ ହେବ ପତ୍ନୀ ତାଙ୍କ ବାପ ଘରେ ରହୁଛନ୍ତି ।
ବାପଘରୁ ସିଧାସଳଖ ସାହାଗଞ୍ଜ ଥାନାକୁ ଯାଇ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ପତ୍ନୀ । କୁରକୁରେ ନ ଦେବା ସହ ସ୍ଵାମୀଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି ପତ୍ନୀ । ବର୍ତ୍ତମାନ ପାରିବାରିକ କୋର୍ଟରେ କେସ୍ ଚାଲିଥିବା ବେଳେ ଉଭୟଙ୍କୁ କାଉନସେଲିଂ କରାଯାଉଛି ।
Comments are closed.