Latest Odisha News

BREAKING NEWS

ଦିବ୍ୟା ଅଗ୍ରୱାଲଙ୍କ ନିର୍ବନ୍ଧ ପରେ ଦେଇଥିବା ଅଳଙ୍କାର ମାଗିଲେ ପୂର୍ବ ପ୍ରେମିକ ଅଭିନେତା ବରୁଣ ସୁଦ

ମୁମ୍ବାଇ: ଯେତେବେଳେ ଏକ ବ୍ରେକଅପ୍ ହୁଏ, ଲାଗେ ଯେମିତି ସବୁକିଛି ବଦଳି ଯାଏ । ଯେତେବେଳେ ଦିବ୍ୟା ଏବଂ ବରୁଣଙ୍କ ବ୍ରେକଅପ୍ ହୋଇଥିଲା, ସେମାନଙ୍କ ପ୍ରଶଂସକମାନେ ସେମାନଙ୍କ ଅପେକ୍ଷା ଅଧିକ ଚକିତ ହୋଇଥିଲେ । ଯଦିଓ ଉଭୟଙ୍କ ପାଇଁ ଆଗକୁ ବଢିବା କଷ୍ଟ ଥିଲା, ତଥାପି ଦିବ୍ୟା ନିଷ୍ପତ୍ତି ନେଇଥିଲେ ଯେ ସେ କାମରେ ନିଜକୁ ବ୍ୟସ୍ତ ରଖିବେ ଏବଂ ପୁରୁଣା ଜିନିଷଗୁଡ଼ିକୁ ଭୁଲିଯିବେ । ସେହିପରି ବରୁଣ ସୁଦ ଦିଲ୍ଲୀ ନିଜ ଘରକୁ ଫେରିଯାଇଥିଲେ।

ହେଲେ ଏବେ ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲଙ୍କ ନିର୍ବନ୍ଧ ପରେ ଆଗରୁ ଦେଇଥିବା ଅଳଙ୍କାର ଫେରାଇବାକୁ କହିଥିଲେ ପୂର୍ବ ପ୍ରେମିକ ଅଭିନେତା ବରୁଣ । ଦୁହେଁ ପ୍ରେମ ସମ୍ପର୍କରେ ଥିବା ବେଳେ ବରୁଣ, ଦିବ୍ୟାଙ୍କୁ ସୁନା ଅଳଙ୍କାର ଦେଇଥିଲେ। ହେଲେ ବ୍ରେକଅପ ହେବା ପରେ ଦିବ୍ୟା ଏହାକୁ ଫେରାଇ ନଥିଲେ। ଏବେ ବରୁଣଙ୍କ ଭଉଣୀ ଏକଥା ଉଠାଇବାରୁ ଦିବ୍ୟା କିଛି ଚକୋଲେଟ ସହ ବରୁଣଙ୍କୁ ଅଳଙ୍କାର ପଠାଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ବରୁଣ କିଛି ଦିନ ତଳେ ନିଜ ପ୍ରଶଂସକଙ୍କ ସହ ପ୍ରଶ୍ନ-ଉତ୍ତର ସେସନ କରିଥିଲେ। ଏସମୟରେ ଦିବ୍ୟାଙ୍କ ସହ ତାଙ୍କର ବ୍ରେକ୍ଅପ କାହିଁକି ହେଲା? ସେ ଦିବ୍ୟାଙ୍କୁ ଧୋକା ଦେଇଥିଲେ କି? ବୋଲି ପ୍ରଶ୍ନ କରିଥିଲେ ପ୍ରଶଂସକ। ଉତ୍ତରରେ ମୁଁ ଧୋକା ଦେଇନାହିଁ ବୋଲି କହିଥିଲେ ବରୁଣ। ଏମଧ୍ୟରେ ବରୁଣଙ୍କ ଭଉଣୀ କହିଥିଲେ ଯେ ଦିବ୍ୟା ବରୁଣଙ୍କଠାରୁ ନେଇଥିବା ଅଳଙ୍କାର ଫେରାଇ ନାହାନ୍ତି । ଏହି ଟ୍ୱିଟ୍ ଦେଖିବା ପରେ ଦିବ୍ୟା ତୁରନ୍ତ ନେଇଥିବା ଅଳଙ୍କାର ଫେରାଇଥିବା ଜଣାପଡ଼ିଛି ।

ଏହା ପୂର୍ବରୁ ସେ ବରୁଣଙ୍କ ଭଉଣୀଙ୍କ ଟ୍ୱିଟର ଜବାବ ଦେଇଥିଲେ। ସେ ଲେଖିଥିଲେ ଯେ କେବଳ ଅଳଙ୍କାର ନୁହେଁ, ସବୁ ନେଇଯାଅ। ଏସମ୍ପର୍କ ଦେଣନେଣର ସମ୍ପର୍କ ଥିଲା। କିନ୍ତୁ ତୁମେମାନେ ଏବିଷୟରେ କହିବା ବନ୍ଦ କରିବ କି? କାରଣ କିଛି ନିଉଜ୍ ପୋର୍ଟାଲରେ ତୁମକୁ ଗୁରୁତ୍ବ ଦିଆଯାଉଛି। ଏହା ପରେ ସେ ଅଳଙ୍କାର ଫେରାଉଛି ବୋଲି ଲେଖି ଆଉ ଏକ ଟ୍ୱିଟ କରିଥିଲେ।

Leave A Reply

Your email address will not be published.