Latest Odisha News

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

– ଚନ୍ଦ୍ରଭାନୁଙ୍କୁ ବିବାହ କରିବାର ଗୋଟିଏ ବର୍ଷ ପରେ । ନିରୁତ୍ସାହିତ ଭାବେ ଉର ଦେଲା ପଦ୍ମିନୀ ।

– ତେବେ ବିବାହ ପରେ ଗୋଟିଏ ସନ୍ତାନର ଜନକ ହୋଇ ସେ ତତେ ପ୍ରତ୍ୟାଖ୍ୟାନ କରିପାରିଲେ କେମିତି ? ୟା’ ଅନ୍ତରାଳରେ ତୋ’ ଆଡ଼ୁ କୌଣସି ତ୍ରୁଟି, କୌଣସି ଦୁର୍ବଳତା ଲୁଚି ନାହିଁ ତ ?

କୁଟିଳ ଜିଜ୍ଞାସୁ ଭରା ଦୃଷ୍ଟିରେ ମୀନାକ୍ଷି ଚାହିଁଲା । ପଦ୍ମିନୀର ମୁହଁରେ ସେତେବେଳେ ସନ୍ଦେହ ଓ ସରଳତାର ଫୋଫେି ଭାବ ସ୍ପଷ୍ଟ ବାରି ହୋଇଯାଉଥିଲା । କିନ୍ତୁ ସନ୍ଦେହକୁ ଅନ୍ତର ଭିତରେ ଗୋପନ ରଖି ସରଳ ଭାବକୁ ବାହାରକୁ ବ୍ୟକ୍ତ କଲା ।

– କି ପ୍ରକାର ତ୍ରୁଟି ? କି ପ୍ରକାର ଦୁର୍ବଳତା ?? ଏଠି କ’ଣ ଚରିତ୍ର ସମ୍ବନ୍ଧୀୟ ପ୍ରଶ୍ନ ଉଠିପାରେ ?

– କାହିଁକି ନୁହେଁ ?

ପଦ୍ମିନୀ ଉଚ୍ଚ ସ୍ୱରରେ ହସି ଉଠିଲା । ଯିବା ଆସିବା କରୁଥିବା କିଛି ପର୍ଯ୍ୟଟକ ସେମାନଙ୍କ ପାଖରେ ଅଟକି ଗଲେ । ଲଜ୍ଜ୍ୟାରେ ମୀନାକ୍ଷିର ମୁହଁ ଆରକ୍ତ ହୋଇଉଠିଲା । ତାଚ୍ଛଲ୍ୟଭରା ହସରେ ଆତ୍ମହରା ହୋଇ ଲୋଟି ଯାଉଥିବା ସାଙ୍ଗର ମୁହଁରେ ପାପୁଲିର ଚାପଦେଇ ସେ ଅପେକ୍ଷାକୃତ ଧୀର ଭାବରେ କହିଲା- ପାଗଳୀ ହେଲୁ କି ମିନୀ ? ଏମିତି ହସୁଛୁ ? ଅନ୍ୟମାନେ କ’ଣ ସବୁ ଧାରଣା କରିବେ କହିଲୁ ? ସେମିତି ହସି ହସି ସେ ଜବାବ ଦେଲା- କଅଣ ଆଉ କହିବେ ମୀନା ? ହୁଏତ ଭାବିବେ, କ’ଣ ଗୋଟିଏ ଏରଟେନ୍‌ମେ୍ ଟପିକ୍ ପଡ଼ିଛି, ଅଥବା ସ୍ତ୍ରୀଲୋକଟା ପାଗଳୀ ହୋଇଯାଇଛି । ସେମାନଙ୍କ ଭାବନା ମଧ୍ୟ ଯଥାର୍ଥ । ଜଣେ ନିର୍ଦ୍ଦୋଷକୁ ଯଦି ଅପରାଧୀ ରୂପେ ସାବ୍ୟସ୍ତ କରାଯାଏ, ସେ ହୁଏତ ବାହାରର ଏଇ ମିଥ୍ୟା ପ୍ରଚାରକୁ ହସରେ ଉଡ଼େଇ ଦେଇପାରେ । ଅଥବା ମନ ମସ୍ତିଷ୍କରେ ରୋମନ୍ଥନ କରି
କରି ପାଗଳ ହୋଇଯାଏ । ଠିକ୍ ତୁ ଯେମିତି ମତେ ଚାର୍ଜିଂ କରୁଛୁ ?

Leave A Reply

Your email address will not be published.