Latest Odisha News

‘ଖତରୋ କି ଖିଲାଡି’ରେ ଆହତ ହେବା ଫଟୋ ସେୟାର କଲେ ଦିବ୍ୟାଙ୍କା

ମୁମ୍ବାଇ: ରୋହିତ ସେଟ୍ଟୀଙ୍କ ରିଅଲିଟି ସୋ ‘ଖତରୋ କି ଖିଲାଡି’ରେ ଆହତ ହୋଇଥିଲେ ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ । ଶରୀରରେ ଆଘାତ ଲାଗିବାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କ ଶରୀରରେ ଆଘାତ ଲାଗିଥିବା ନଜର ଆସିଛିି । ଏହାକୁ ଦେଖି ପ୍ରଶଂସକମାନେ ଚିନ୍ତାରେ ପଡ଼ିଛନ୍ତି ।

ରୋହିତ ସେଟ୍ଟୀଙ୍କ ସୋ ‘ଖତରୋ କି ଖିଲାଡି’ ରେ ଦିବ୍ୟାଙ୍କା ନଜର ଆସିଥିଲେ । ସେ ଏହି ସୋ’ରେ ଫାଷ୍ଟ ରନର୍ସ ଅଫ ବି ହୋଇଥିଲେ । ସୋ’ରେ ତାଙ୍କୁ ଅନେକ ବିପଦପୂର୍ଣ୍ଣ ଷ୍ଟଣ୍ଟ କରିବାକୁ ପଡ଼ିଥିଲା । ଏହି କାରଣରୁ ଦିବ୍ୟାଙ୍କା ଅନେକଥର ଆହତ ବି ହୋଇଥିଲେ । ଏବେ ତାଙ୍କ ଶରୀରରେ ଆଘାତ ଲାଗିବାର ଫଟୋ ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରିଛନ୍ତି । ଅଭିନେତ୍ରୀଙ୍କ ହାତରେ ଏଭଳି ଚିହ୍ନକୁ ଦେଖି ପ୍ରଶଂସକମାନେ ଚିନ୍ତାରେ ପଡ଼ିଛନ୍ତି । କ’ଣ ହୋଇଛି, ଏବେ ଆପଣ କେମିତି ଅଛନ୍ତି ବୋଲି ଦିବ୍ୟାଙ୍କାଙ୍କୁ ପ୍ରଶ୍ନ କରିଛନ୍ତି । ତେବେ ଫ୍ୟାନ୍ସଙ୍କ ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଦିବ୍ୟାଙ୍କା କହିଛନ୍ତି, ବ୍ୟସ୍ତ ହେବାର କିଛି କାରଣ ନାହିଁ । ମୁଁ ସମ୍ପୂର୍ଣ୍ଣ ଠିକ ଅଛି । ଫୋନର ଗ୍ୟାଲେରୀରେ ଫଟୋ ଦେଖୁଦେଖୁ ଏହି ଫଟୋକୁ ପାଇଲି । ତେଣୁ ମୁଁ ମୋର ପୁରୁଣା ସ୍ମୃତିକୁ ଏହି ପୋଷ୍ଟ ଜରିଆରେ ମନେ ପକାଇଛି ।

Leave A Reply

Your email address will not be published.