Latest Odisha News

BREAKING NEWS

‘ଅବିକା’ ୨୦୨୪ କ୍ୟାଲେଣ୍ଡର ଗ୍ରାଣ୍ଡ୍‌ ଫିନାଲେରେ ଦିବ୍ୟାଂଶୀ ମିଶ୍ର ‘ଫେସ୍ ଅଫ୍ ଦ ଇୟର’

ଭୁବନେଶ୍ବର: ‘ଅବିକା’ ତରଫରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଆୟୋଜିତ ହୋଇଛି କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୪। ଏଥିରେ “ଫେସ୍ ଅଫ୍ ଦ ଇୟର- ୨୦୨୪” ଭାବେ ମନୋନୀତ ହୋଇଛନ୍ତି ଦିବ୍ୟାଂଶୀ ମିଶ୍ର । ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଏବଂ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଛି।

ଦିବ୍ୟାଂଶୀଙ୍କ ସହ ହଂସିକା ଦାସ, ଅଙ୍କିତା ଖଟୁଆ, ଅମୃତସ୍ନାତା ରାୟ, ରୁଚିସ୍ମିତା ଦାସମହାପାତ୍ର, ଆହିଲ୍ ମହାନ୍ତି, ଅମରେଶ ମହାନ୍ତି, ଶ୍ରେଷ୍ଠାଂସୀ ମହାନ୍ତିଙ୍କୁ ‘ଫେସ୍ ଅଫ୍ ଦ ମନ୍ଥ-୨୦୨୪’ ଭାବେ ସମ୍ମାନିତ କରାଯାଇଛି ।

କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ସୁସ୍ମିତା ଦାସ, ଟାଇମପାସର ନିର୍ଦ୍ଦେଶକ ଓ କବି ସରୋଜ ବଳ, ଅବିକାର ନିର୍ଦ୍ଦେଶକ ଅବିନାଶ ସାହୁ ଏବଂ ଫେସ୍ ଅଫ୍ ଦ ଇୟର ୨୦୨୩ ଶୁଭାଙ୍ଗୀ ସାମନ୍ତ ପ୍ରମୁଖ ଯୋଗ ଦେଇଥିଲେ ।

Comments are closed.