ନୂଆଦିଲ୍ଲୀ: ଏ ବର୍ଷର ସବୁଠାରୁ ବଡ଼ ଅନଲାଇନ ସପିଂ ସେଲ ଫ୍ଲିପକାର୍ଟ ଏବଂ ଆମାଜନରେ ଆରମ୍ଭ ହୋଇଛି। ଗୋଟିଏ ପଟେ ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ ଏବଂ ଅନ୍ୟପଟେ ଫ୍ଲିପକାର୍ଟ ବିଗ ବିଲିଅନ ଡେଜ୍ ସେଲ ଅଫରରେ ଭରପୂର। ଏହି ସେଲରେ ମିଳୁଥିବା ଜବରଦସ୍ତ ଡିସକାଉଣ୍ଟ ଏବଂ ଅଫର ଦେଖି ସମସ୍ତଙ୍କ ମନରେ ଅଧିକରୁ ଅଧିକ ସପିଂ କରିବାର ଇଚ୍ଛା ହେଉଥିବ ନିଶ୍ଚିତ। କିନ୍ତୁ ଅସଲି ଚ୍ୟାଲେଞ୍ଜ ହେଉଛି, କିପରି ବୁଝିବା ଯେ ଦେଖାଯାଉଥିବା ଡିସକାଉଣ୍ଟ ପ୍ରକୃତରେ ଅସଲି ନା କେବଳ ଦେଖାଇବା ପାଇଁ…
ଅନେକ ସମୟରେ ଆମେ ନ ଭାବି ଜିନିଷକୁ କାର୍ଟରେ ରଖିଦେଉ ଏବଂ ପରେ ଜଣାପଡେ ଯେ ସେହି ଜିନିଷ ଅନ୍ୟ କୌଣସି ପ୍ଲାଟଫର୍ମରେ ଆହୁରି ଶସ୍ତାରେ ମିଳୁଛି। ଏପରି ସ୍ଥିତିରେ କ’ଣ କରିବା ଉଚିତ ବୁଝାପଡେ ନାହିଁ। ସେହିପରି ପ୍ରତ୍ୟେକ ପ୍ଲାଟଫର୍ମରେ ବାରମ୍ବାର ଯାଇ କେଉଁଠି ଶସ୍ତା ଓ କେଉଁଠି ମହଙ୍ଗା ତାହା ଯାଞ୍ଚ କରିବା ମଧ୍ୟ ସମ୍ଭବ ନୁହେଁ। କିନ୍ତୁ ଆମେ ଆପଣଙ୍କ ପାଇଁ ଆଣିଛୁ ଆପଣଙ୍କ ଟଙ୍କା ବଞ୍ଚାଇବାର ସବୁଠାରୁ ସହଜ ଉପାୟ। ଏହାର ନାମ ହେଉଛି Buyhatke। ହଁ, Buyhatke ହେଉଛି ଏକ Chrome Extension, ଯାହା ଆପଣଙ୍କ ସପିଂରେ ବହୁତ ସାହାଯ୍ୟ କରିପାରେ।
Buyhatke କ’ଣ?
Buyhatke ଆପଣଙ୍କ ପାଇଁ ଏକ ବ୍ୟକ୍ତିଗତ ସପିଂ ସହାୟକ ଭଳି କାମ କରେ। ଏହା କେବଳ ପ୍ରଡକ୍ଟର ମୂଲ୍ୟ ଇତିହାସ ଦେଖାଏ ନାହିଁ, ବରଂ ଆପଣଙ୍କୁ କୁହେ ଯେ ଅସଲି ଡିସକାଉଣ୍ଟ କେତେ। ଉଦାହରଣ ସ୍ୱରୂପ, ମନେକରନ୍ତୁ ଆପଣ ଫ୍ଲିପକାର୍ଟରେ ଏକ ନୂଆ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି, କିନ୍ତୁ ମୂଲ୍ୟ ଠିକ୍ ଅଛି କି ନାହିଁ ସେନେଇ ଦ୍ୱନ୍ଦ୍ୱରେ ଅଛନ୍ତି। Buyhatke ସାହାଯ୍ୟରେ ଆପଣ ସେହି ପ୍ରଡକ୍ଟର ମୂଲ୍ୟକୁ ଆମାଜନ ଏବଂ ଅନ୍ୟ ଅନଲାଇନ ଷ୍ଟୋର ସହ ତୁଳନା କରିପାରିବେ।
ଏହା କେବଳ ଏତିକି ନୁହେଁ, ଏହା ଆପଣଙ୍କୁ ଏକ ମୂଲ୍ୟ ଗ୍ରାଫ ମଧ୍ୟ ଦେଖାଏ, ଯାହାଦ୍ୱାରା ଆପଣ ଦେଖିପାରିବେ ଯେ ସମୟ ସହ ପ୍ରଡକ୍ଟର ମୂଲ୍ୟ କିପରି ବଦଳୁଛି। ଏପରିକି ଏହା ଭବିଷ୍ୟତ ମୂଲ୍ୟ ପୂର୍ବାନୁମାନ ମଧ୍ୟ ଦେଇଥାଏ, ଯେଉଁଥିରେ ଆପଣ ଜାଣିପାରିବେ ଯେ ଆଗାମୀ ଦିନରେ ମୂଲ୍ୟ ଆହୁରି କମିବ ନା ନାହିଁ।
କିପରି ଡାଉନଲୋଡ କରିବେ?
ଏହା ବ୍ୟବହାର କରିବା ପାଇଁ ଆପଣଙ୍କୁ ପ୍ରଥମେ ଓ୍ୱେବରେ Google Chrome Extension ଖୋଲିବାକୁ ହେବ, ତା’ପରେ ସର୍ଚ୍ଚରେ Buyhatke ଲେଖି ଏହାକୁ Add to Chrome Extension କରିଦେବେ। ଏହା ଯୋଗ ହେବା ପରେ, ଯେତେବେଳେ ଆପଣଙ୍କୁ କୌଣସି ପ୍ରଡକ୍ଟର ମୂଲ୍ୟ ଇତିହାସ କିମ୍ବା ବିବରଣୀ ଦରକାର ହେବ, କେବଳ ଏକ୍ସଟେନସନକୁ ଉପରେ ଥିବା ବାରରୁ ଆକ୍ଟିଭେଟ କରନ୍ତୁ।
ଏଥିରେ ମିଳେ ଅନେକ ଖାସ ଫିଚର
• ଅଟୋ କୁପନ: Buyhatke ଆପଣଙ୍କ ପାଇଁ ସବୁଠାରୁ ଉତ୍ତମ କୁପନ ଖୋଜି ଚେକଆଉଟ ସମୟରେ ଅଟୋମାଟିକ ଭାବେ ଲାଗୁ କରେ।
• ପ୍ରାଇସ ଡ୍ରପ ଆଲର୍ଟ: ଯଦି ପ୍ରଡକ୍ଟର ମୂଲ୍ୟ ଏବେ ମହଙ୍ଗା ଅଛି, ତେବେ ଆପଣ ଆଲର୍ଟ ସେଟ କରିପାରିବେ। ମୂଲ୍ୟ କମିବା ମାତ୍ରେ ଆପଣଙ୍କୁ ତୁରନ୍ତ ନୋଟିଫିକେସନ ମିଳିବ।
• ଲୁକଆଲାଇକ ଫିଚର: ମହଙ୍ଗା ପ୍ରଡକ୍ଟର ବଦଳରେ ଅଧିକ ଶସ୍ତା ଏବଂ ଉତ୍ତମ ବିକଳ୍ପ ଖୋଜିବା ପାଇଁ ଏହି ଫିଚର ସବୁଠାରୁ ଉତ୍ତମ।
ସେଲ ସମୟରେ ଅନେକ ସମୟରେ ପ୍ରଡକ୍ଟର ମୂଲ୍ୟ ଉପରେ-ତଳେ ହେଉଥାଏ। ଏପରି ସ୍ଥିତିରେ ଯଦି ଆପଣ Buyhatke ବ୍ୟବହାର କରନ୍ତି, ତେବେ ଆପଣ କୌଣସି ନକଲି ଡିସକାଉଣ୍ଟର ଜାଲରେ ଫସିବେ ନାହିଁ ଏବଂ ପରେ ଅନୁତାପ ମଧ୍ୟ କରିବେ ନାହିଁ।
ତେଣୁ ଏଥର ଯଦି ଆପଣ ଫ୍ଲିପକାର୍ଟ ବିଗ ବିଲିଅନ ଡେଜ୍ ଏବଂ ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲରେ ସପିଂ କରିବାକୁ ଯୋଜନା କରୁଛନ୍ତି, ତେବେ ପ୍ରଥମେ Buyhatke ଇନଷ୍ଟଲ କରିବାକୁ ଭୁଲନ୍ତୁ ନାହିଁ। ଏହା ଆପଣଙ୍କୁ ପ୍ରତ୍ୟେକ ପଇସାର ସଠିକ ବ୍ୟବହାର କରିବାରେ ସାହାଯ୍ୟ କରିବ ଏବଂ ଆପଣଙ୍କ ସପିଂକୁ ସ୍ମାର୍ଟ ଓ ଲାଭଜନକ କରିବ।
BREAKING NEWS
- Trump Urges Australia: ଇରାନ ମହିଳା ଫୁଟବଲ୍ ଦଳକୁ ଶରଣ ଦିଏ… ଟ୍ରମ୍ପ ଅଷ୍ଟ୍ରେଲିଆକୁ କାହିଁକି କଲେ ଅପିଲ?
- First time in History: ପ୍ରଥମ ଥର ଲାଗି ବ୍ଲୁ ଫ୍ଲାଗ୍ ବିଚରେ ଅଲିଭ ରିଡଲେ; ଦେଲା ୧୧୪ ଅଣ୍ଡା
- ଏଥର ଦୁର୍ଗାପୂଜାରେ ପରଦାକୁ ଆସିବ ଆକ୍ସନ୍, ଥ୍ରିଲର୍ ଫିଲ୍ମ “ମୋନଷ୍ଟର୍: ଦ ଅଲ୍ଟିମେଟ୍’
- ଆର୍ଥିକ ସଙ୍କଟରେ ପାକିସ୍ତାନ, ସାଉଦି ଆରବକୁ ମାଗିଲା ସହାୟତା
- Odisha Mobile Network: ଆଜି ବି ପହଞ୍ଚି ପାରିନାହିଁ ନେଟ୍ୱର୍କ…୧୨୩୭ ଗାଁରେ ମୋବାଇଲ୍ ସେବା ଠପ୍
- ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କର ଚାଲିଗଲା ଜୀବନ
- ଗତ ୨୪ ଘଣ୍ଟା ମଧ୍ୟରେ ଦୁର୍ଘଟଣାରେ ୧୪ ମୃତ;ବାଇକ- ଟ୍ରକ ଧକ୍କାରେ ଗଲା ୫ଜୀବନ
- ଓଏଏସ୍ ଏବଂ ଓଆରଏସ୍ ଅଧିକାରୀଙ୍କ ବିରୋଧରେ ଥିବା ଶୃଙ୍ଖଳାଗତ ତଦନ୍ତ ପ୍ରକ୍ରିୟା ଶୀଘ୍ର ସାରିବାକୁ ନିର୍ଦ୍ଦେଶ
- ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ
- Cyber Fraud: ଦୁଇ ବର୍ଷରେ ସାଇବର ଠକ ଲୁଟିଛନ୍ତି ୭୧୧ କୋଟି; ରିକଭରି ମାତ୍ର ୭ କୋଟି
Comments are closed.