Latest Odisha News

BREAKING NEWS

ଆତ୍ମହତ୍ୟା ପୂର୍ବରୁ ପ୍ରେମିକାକୁ ଡିଜେ ଆଜେକ୍ସ ଏପରି କିଛି ଇ-ମେଲରେ ଲେଖିଥିଲେ…

ଭୁବନେଶ୍ୱର: ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ରହସ୍ୟଜନକ ମୃତ୍ୟୁର ଦିନକ ପରେ ଏକ ଇମେଲ ତାଙ୍କ ଇମେଲରୁ ପ୍ରେମିକାଙ୍କ ନିକଟକୁ ଯାଇଛି। ଯେଉଁଥିରେ ଆଜେକ୍ସଙ୍କ ଫଟୋ ଓ କିଛି ଭଏସ ମେସେଜ ରହିଛି। ଏବେ ତଥାକଥିତ ପ୍ରେମିକା ଜିଜ୍ଞାସାଙ୍କୁ ଆଜେକ୍ସ ଇମେଲ୍ କରିବା ଘଟଣା ସମଗ୍ର ଘଟଣାକୁ ନୂଆ ମୋଡ଼ ଦେଇଛି।

ମୃତ୍ୟୁ ପୂର୍ବରୁ ଜିଜ୍ଞାସାଙ୍କୁ ଏକ ସିଡ୍ୟୁଲ ଇମେଲ୍ କରିଥିଲେ ଆଜେକ୍ସ। ଯାହା ତଦନ୍ତ ବେଳେ ଜଣାପଡ଼ିଛି। ଯେଉଁଥିରେ ସେ ତାଙ୍କ ପ୍ରେମକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ଏଥିସହ ଜିଜ୍ଞାସା ଉପହାର ଦେଇଥିବା ସାର୍ଟ ପିନ୍ଧି କାନ୍ଦି କାନ୍ଦି ସେଲଫି ଉଠାଇ କିଛି ଭଏସ ମେସେଜ ପଠାଇଥିଲେ ଆଜେକ୍ସ।

ନିଜର ଶେଷ ଇମେଲରେ ଆଜେକ୍ସ ଲେଖିଛନ୍ତି, ସେ ମାନସିକ ଚାପରେ ଥିଲେ ଏବଂ ଶୋଇ ପାରୁ ନଥିଲେ। ଏପରିକି ସେ ନିଦ ବଟିକା ଖାଉଥିଲେ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି।

ତୁମେ ସବୁବେଳେ ମୋତେ ଭୂତ ହେବାକୁ କହୁଥିଲ ଆଉ ଏବେ ମୁଁ ସବୁଦିନ ପାଇଁ ଭୂତ ହେବାକୁ ଯାଉଛି। ଡିଜେ କଳାକାରଙ୍କ ଶେଷ ମେଲରେ ଲେଖାଯାଇଛି, ‘ମୁଁ ଅଫେରା ରାଇଜକୁ ଯାଉଛି’।

ଏବେ ଡିଜିଟାଲ୍ ପ୍ରମାଣ ସାମ୍ନାକୁ ଆସିବା ପରେ ପୁଲିସ ସନ୍ଦେହ କରୁଛି ଯେ ଜିଜ୍ଞାସାଙ୍କ ସହ ବ୍ରେକ୍ଅପ୍ ହିଁ ତାଙ୍କ ମୃତ୍ୟୁର କାରଣ ହୋଇପାରେ। ଜିଜ୍ଞାସାଙ୍କ ଜୀବନରେ ରଶ୍ନୀ ନାମକ ଯୁବକ ଏଣ୍ଟ୍ରି ମାରିଥିଲେ। ଉଭୟ ଜିଜ୍ଞାସା ଏବଂ ରଶ୍ମୀ କଥାବାର୍ତ୍ତା ହେଉଥିବାର ଫଟୋ ଆଜେକ୍ସ ରଖିଥିଲେ। ଯାହାକୁ ସେ ଶେଷ ଇମେଲରେ ଜିଜ୍ଞାସାଙ୍କୁ ପଠାଇଥିଲେ। ଏହା ଜାଣିବା ପରେ ଆଜେକ୍ସ ଓ ଜିଜ୍ଞାସାଙ୍କ ସଂପର୍କରେ ତିକ୍ତତା ଆସିଥିବା ଜଣାପଡିଛି। ଯାହାକୁ ନେଇ ସେ ଚାପରେ ଥିଲେ।

ଖାରବେଳ ନଗର ଥାନା ପୋଲିସ ଏହି ଘଟଣାରେ ତଦନ୍ତ କରୁଛି। ନିକଟରେ ଜିଜ୍ଞାସାକୁ ପୋଲିସ ଜେରା କରିଛି। ଏବେ ଏହି ଇ-ମେଲ ସାମ୍ନାକୁ ଆସିବାପରେ ଜିଜ୍ଞାସାକୁ ପୋଲିସ ପୁଣିଥରେ ଡାକିପାରେ।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଡିଜେ ଆଜେକ୍ସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିଲା। ଯେଉଁଥିରେ ଶ୍ୱାସରୁଦ୍ଧ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Comments are closed.