Latest Odisha News

ଏଥର ଦୁର୍ଗାପୂଜାରେ ମଦମୁକ୍ତ ଭସାଣି, ଡିଜେ ମୁକ୍ତ ରୋଷଣି

କଟକ: ଫିକା ପଡିବ ଦୁର୍ଗାପୂଜା ଭସାଣି । ଦୁର୍ଗାପୂଜା ଭସାଣିରେ ଡିଜେ ବାରଣ । କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି କମିଶନରେଟ ପୋଲିସ । ଏଥର ଅକ୍ଟୋବର ୧୪ ତାରିଖରେ ପଡୁଛି ଭସାଣି । ଭସାଣିରେ ଡିଜେ ବଜେଇବାକୁ ବାରଣ କରିଛି ପୋଲିସ । ତେବେ ଭସାଣି ଶୋଭାଯାତ୍ରା ଦିନ ମୋଟ ୬ଟି ବକ୍ସ ବଜାଇବାକୁ ଅନୁମତି ମିଳିଥିବା ସମୟରେ ଡିଜେକୁ ମନା କରାଯାଇଛି ।

ସେହିପରି ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ପାଇଁ ଅନୁମତି ମିଳିଛି । ଅନ୍ୟପଟେ ଜୋରଜବରଦସ୍ତ ଚାନ୍ଦା ମାଗିଲେ କିମ୍ବା ଡିଜେ ବଜାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ ହେବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର।

Comments are closed.