Latest Odisha News

ପରଲୋକରେ ବିଜୟକାନ୍ତ

ନୂଆଦିଲ୍ଲୀ : ଅଭିନେତାରୁ ସେ ପାଲଟିଥିଲେ ରାଜନେତା  । ଆଜି ୭୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ଆମେ କହୁଛୁ ବିଜୟକାନ୍ତଙ୍କ କଥା  । ସେ କେବଳ ଜଣେ ଅଭିନେତା ନଥିଲେ , ସେ ଥିଲେ ଡିଏମ୍‌ଡିକେ ନେତା । ଆଜି ଚେନ୍ନାଇସ୍ଥିତ ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେ ପ୍ରଥମେ କରୋନାରେ ଆକ୍ରାନ୍ତ ହୋଇଥିଲେ । ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚେନ୍ନାଇର ଡିଏମଡିକେ ପାର୍ଟି ପ୍ରତିଷ୍ଠାତା ବିଜୟକାନ୍ତଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା । ବହୁ ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସାରେ ଲାଗିଥିଲେ  । ହେଲେ ଶେଷରେ ସମସ୍ତେ ବିଫଳ ହୋଇଥିଲେ ।

ବିଜୟକାନ୍ତଙ୍କୁ ବଞ୍ଚାଇ ପାରିନଥିଲେ । ତାଙ୍କ ମୃତ୍ୟୁପରେ ଡାକ୍ତରଖାନା ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି। ୧୫୪ଟି ଚଳଚ୍ଚିତ୍ରରେ ଅଭିନୟ କରି ଚଳଚ୍ଚିତ୍ର ଶିଳ୍ପ ଓ ଜନସାଧାରଣଙ୍କ ନିକଟରେ ସୁପରିଚିତ ଥିଲେ  ବିଜୟକାନ୍ତ ।  ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ନିଜସ୍ବ ରାଜନୈତିକ ଦଳ ‘ବିଜୟକାନ୍ତ’ ସଂସ୍ଥାପନ କରି ସେ ବିରୁଧାଚଳମ୍‌ ଓ ଋଷିବନ୍ଦିୟମ୍‌ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨ ଥର ବିଧାୟକ ଭାବେ ନିର୍ବାଚିତ ‌ହୋଇଥିଲେ। ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ସେ ତାମିଲନାଡୁ ବିଧାନସଭାରେ ବିରୋଧୀ ଦଳର ନେତା ଥିବା ବେଳେ  ତାଙ୍କର ରାଜନୈତିକ କ୍ୟାରିୟର୍‌ ଶିଖରରେ ପହଞ୍ଚିଥିଲା। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

Comments are closed.