Latest Odisha News

BREAKING NEWS

ଡିଏମକେ ନେତାଙ୍କ ବିବାଦୀୟ ବୟାନ, ବିଜେପି ‘ଗୋମୂତ୍ର ରାଜ୍ୟ’ରେ ହିଁ କେବଳ ଜିତିବ

ନୂଆଦିଲ୍ଲୀ: ହିନ୍ଦୀ ହାର୍ଟଲ୍ଯାଣ୍ଡରେ ବିଜେପିର ବିଜୟକୁ ଗୋମୂତ୍ର ରାଜ୍ୟ ବୋଲି କହି ବିବାଦରେ ଡିଏମକେ ନେତା। ସେ କହିଛନ୍ତି ବିଜେପି କେବଳ ହିନ୍ଦୀ ଭାଷା ଭାଷି ବା ଗୋମାତାକୁ ଯେଉଁଠି ଗୁରୁତ୍ବ ଦିଆଯାଉଛି ସେଠାରେ ବିଜୟୀ ହୋଇପାରିବ। ଅନ୍ୟ ରାଜ୍ୟରେ ପାଦ ଚିହ୍ନ ରଖିପାରିବ ନାହିଁ।

ଇଣ୍ଡିଆ ମେଣ୍ଟର ଅନ୍ୟତମ ସଦସ୍ୟ ଡିଏମକେ ନେତାଙ୍କ ବୟାନ ଏହି ସମୟରେ ଆସିଛି ଯେଉଁସମୟରେ କଂଗ୍ରେସ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ପ୍ରଭାବ ଶୂନ୍ୟ ହେବା ପଛରେ ସନାତନ ବା ହିନ୍ଦୁ ଧର୍ମକୁ ଅପମାନର କାରଣ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

ଡିଏମକେ ସାଂସଦ ଡିଏନଭି ସେନ୍ଥିଲକୁମାର ମଙ୍ଗଳବାର ଏହି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ପରେ ସାଂସଦ କହିଛନ୍ତି ଯେ ତାଙ୍କର ଏହି ମନ୍ତବ୍ୟ ବିବାଦୀୟ ନୁହେଁ ବରଂ ଯଦି ଏହା କାହାକୁ ଆଘତ ଦେଉଛି ତେବେ ସେ ଆଗାମୀ ଦିନରେ ଏପରି ନକହିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି।

ଡିଏମକେ ସାଂସଦ ଜମ୍ମୁ-କଶ୍ମୀର ସମ୍ପର୍କିତ ଦୁଇଟି ବିଲ୍ ଉପରେ ଗୃହରେ ଏକ ବିତର୍କରେ ଭାଗ ନେଇ କହିଛନ୍ତି, ଏହି ବିଜେପିର ଶକ୍ତି କେବଳ ହିନ୍ଦୀ ଭାଷାରେ ନିର୍ବାଚନ ଜିତିବାରେ ଲାଗିଛି, ଯାହାକୁ ଆମେ ସାଧାରଣତଃ ଗୋ-ମୁତ୍ର ରାଜ୍ୟ ବୋଲି କହିଥାଉ। ଦକ୍ଷିଣ ଭାରତର ରାଜ୍ୟ ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବିଜେପିର ବିଫଳତାକୁ ନେଇ ସେନ୍ଥିଲକୁମାର ନିଜର ବକ୍ତବ୍ୟ ରଖିଥିଲେ।

କହୁ କହୁ ସେ କହିଥିଲେ, ଆମେ ଆଶ୍ଚର୍ଯ୍ୟ ହେବୁ ନାହିଁ ଯଦି ଆପଣଙ୍କ ପାଖରେ ଏହି ସମସ୍ତ ରାଜ୍ୟକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବାର ବିକଳ୍ପ ଅଛି, ଯାହାଫଳରେ ଆପଣ ପରୋକ୍ଷ କ୍ଷମତାକୁ ଆସିପାରିବେ କାରଣ ଆପଣ କେବେ ବି ସ୍ୱପ୍ନ ଦେଖିପାରିବେ ନାହିଁ ଯେ ଆପଣ ସେଠାରେ ପାଦ ରଖିବେ ଏବଂ ସମସ୍ତ ଦକ୍ଷିଣ ରାଜ୍ୟକୁ ନିଜ ନିୟନ୍ତ୍ରଣକୁ ନେଇଯିବେ।”

ଏହି ମନ୍ତବ୍ୟକୁ ନେଇ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେପି କେବଳ ଡିଏମକେ ନେତାଙ୍କୁ ସମାଲୋଚନା କରିନଥିଲା ବରଂ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ୍ କରିଛି ଏବଂ ସେ ଏଭଳି ମନ୍ତବ୍ୟକୁ ସମର୍ଥନ କରୁଛନ୍ତି କି ବୋଲି ପ୍ରଶ୍ନ କରିଛି।

କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ସି. ଟି. ରବି ପ୍ରଶ୍ନ କରିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କ’ଣ ଏଭଳି ଅପମାନଜନକ ମନ୍ତବ୍ୟକୁ ସମର୍ଥନ କରୁଛନ୍ତି।

ଆଇ.ଏନ.ଡି.ଆଇ. ମେଣ୍ଟ ନେତା ରାହୁଲ ଗାନ୍ଧୀ ଏହି ଡିଏମକେ ଲୋକ ସହିତ ସହମତ ହେବେ କି ଯିଏ ହାର୍ଟଲ୍ୟାଣ୍ଡ ରାଜ୍ୟଗୁଡିକର ଭାରତୀୟମାନଙ୍କୁ ଅପମାନିତ କରିଛନ୍ତି? କଂଗ୍ରେସ ଏବଂ ଏହାର ସହଯୋଗୀମାନେ ଭାରତୀୟମାନଙ୍କୁ କେତେଦିନ ଅପମାନିତ କରିବେ ସେ ଏହି ଅବସରରେ ପଚାରିଛନ୍ତି।.

ତାମିଲନାଡୁ ବିଜେପି ମୁଖ୍ୟ କେ. ଆନ୍ନାମାଲାଇ ସାଂସଦଙ୍କ ଏଭଳି ସମ୍ବେଦନହୀନ ମନ୍ତବ୍ୟକୁ ନିନ୍ଦା କରି କହିଛନ୍ତି । ସେ କହିଛନ୍ତି ଡିଏମକେର ଅହଙ୍କାର ଏହାର ପତନର ମୁଖ୍ୟ କାରଣ ହେବ।

ଉଲ୍ଲେଖଯୋଗ୍ୟ, ଡିଏମକେର ଏହି ନେତା ଉତ୍ତର ଭାରତୀୟ ବନ୍ଧୁଙ୍କୁ ଗୁପଚୁପ ବିକାଳି, ଶୌଚାଳୟ ନିର୍ମାଣକାରୀ, ସଫେଇ କର୍ମଚାରୀ ଆଦି କହି ସମାଲୋଚନା କରିଥିଲେ।

Comments are closed.