Latest Odisha News

BREAKING NEWS

ମୋବାଇଲ ଉପଭୋକ୍ତାଙ୍କୁ ସତର୍କ କଲା ଟେଲିକମ ବିଭାଗ, ଡାଏଲ କରନ୍ତୁ ନାହିଁ ଏହି ନମ୍ବର

ନୂଆଦିଲ୍ଲୀ: ଭାରତର ଲକ୍ଷ ଲକ୍ଷ ମୋବାଇଲ ଫୋନ୍ ୟୁଜରଙ୍କୁ ସତର୍କ ସୂଚନା ଜାରି କରିଛି ଟେଲିକମ୍ ବିଭାଗ। ମୋବାଇଲ ଫୋନ୍ ବ୍ୟବହାରକରୀ ‘*୪୦୧#’ ଏବଂ ପରେ ଏକ ଅଜଣା ନମ୍ବର ଡାଏଲ୍ କରିବା ପୂର୍ବରୁ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଠକେଇରେ ଫସିବା ଦ୍ୱାରା ଡାଏଲ ହେଉଥିବା ମୋବାଇଲ ନମ୍ବରକୁ ଯେଉଁମାନେ କଲ୍ କରୁଥିବା ତାହା *୪୦୧# ପରେ ଡାଏଲ ହୋଇଥିବା ମୋବାଇଲ ନମ୍ବରକୁ ଫରଓ୍ବାର୍ଡ ହୋଇଯିବ। ଯାହା ଠକେଇ କରିବାରେ ଏକ ବଡ଼ ସହାୟକ ହେଉଛି।

ଏୟାରଟେଲ୍, ଜିଓ, ଭୋଡାଫୋନ୍-ଆଇଡିଆ ଏବଂ ବିଏସ୍ଏନ୍ଏଲ୍ ର ଉପଭୋକ୍ତାଙ୍କୁ ଏଭଳି କଲ୍ ବିରୋଧରେ ସତର୍କ ରହିବାକୁ ଟେଲିକମ୍ ବିଭାଗ ପକ୍ଷରୁ ସତର୍କ କରାଯାଇଛି।

ଗତ ଅକ୍ଟୋବର ମାସରେ ‘*୪୦୧#’ କଲ୍ ଫରୱାର୍ଡିଂ ଦୁର୍ନୀତିର ଉଦାହରଣ ସାମ୍ନାକୁ ଆସିବା ପରେ ଏହି ମାର୍ଗଦର୍ଶିକା ଜାରି କରାଯାଇଛି।  ଏହି ଠକେଇରେ ଅପରାଧୀମାନେ ଡେଲିଭରି ଏଜେଣ୍ଟ, ବ୍ୟାଙ୍କ ପ୍ରତିନିଧି କିମ୍ବା ସେବା ପ୍ରଦାନକାରୀ ଭାବେ ପରିଚୟ ଦେଇ ବ୍ୟବହାରକାରୀଙ୍କୁ ନିର୍ଦ୍ଦିଷ୍ଟ ନମ୍ବରରେ କଲ୍ କରିବା ପାଇଁ ଜାଲ ପକାନ୍ତି। ଯାହା ଦ୍ୱାରା ସାଇବର ଅପରାଧୀମାନେ ଚୟନ କରିଥିବା ଅଜଣା ନମ୍ବରକୁ କଲ୍ ଫରଓ୍ବାର୍ଡ ହୋଇଯାଏ।

ଏହାକୁ ବନ୍ଦ କରିବାକୁ ହେଲେ ଆପଣ ଆପଣଙ୍କ ମୋବାଇଲରେ  ଇଂରାଜୀରେ ଲେଖାଥିବା Go to the settings of the phoneକୁ ଯାଆନ୍ତୁ। ଏହାପରେ Navigate to call settings ପରେ Disable the call forwarding option or restore default settings କ୍ଲିକ କରି କଲ ଫରଓ୍ବାର୍ଡ ଅପସନକୁ ନିଷ୍ଟ୍ରିୟ କରି ଦିଅନ୍ତୁ।

Leave A Reply

Your email address will not be published.