ନୂଆଦିଲ୍ଲୀ: ଖାଦ୍ୟକୁ କୃତ୍ରିମ ଭାବରେ ପଚେଇବା ପାଇଁ କ୍ୟାଲସିୟମ୍ କାର୍ବାଇଡ୍ ଉପରେ ରୋକ୍ ଲଗାଇଛି ଏଫଏସଏସଏଆଇ ।ଏହାକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ଏଫଏସଏସଏଆଇ ବ୍ୟବସାୟୀ, ଫଳ ନିୟନ୍ତ୍ରକ ଏବଂ ଖାଦ୍ୟ ବ୍ୟବସାୟ ଅପରେଟର କର୍ମଚାରୀ ମାନଙ୍କୁ ସତର୍କ କରାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଏଫଏସଏସଏଆଇ ରାଜ୍ୟ ତଥା କେନ୍ଦ୍ର ଶାସିତ ରାଜ୍ୟର ଖାଦ୍ୟ ସୁରକ୍ଷା ବିଭାଗକୁ ମଧ୍ୟ ସଜାଗ ରହିବାକୁ କହିଛି ।
ଏପରି ବେଆଇନ ଅଭ୍ୟାସରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଗୁରୁତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛି। ଆମ୍ବ ପରି ଫଳ ପାଚିବା ପାଇଁ ସାଧାରଣତ କ୍ୟାଲସିୟମ୍ କାର୍ବାଇଡ୍ ବ୍ୟବହୃତ ହୁଏ । ତାହା ଆସେଟିଲିନ୍ ଗ୍ୟାସ୍ ଛାଡ଼ିଥାଏ, ଯେଉଁଥିରେ ଆର୍ସେନିକ୍ ଏବଂ ଫସଫରସ ଭଳି ରାସାୟନିକ ଉପାଦାନର କିଛି କ୍ଷତିକାରକ ଅଂଶ ରହିଯାଏ । ଏହି ପଦାର୍ଥଗୁଡିକ ମୁଣ୍ଡ ବୁଲାଇବା, ବାରମ୍ବାର ଶୋଷ, ଉତ୍ତେଜନା, ଦୁର୍ବଳତା, ବାନ୍ତି ଇତ୍ୟାଦି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ | ଏହା ସହିତ, ଏହାକୁ ପରିଚାଳନା କରୁଥିବା ଲୋକଙ୍କ ପାଇଁ ମଧ୍ୟ ଆସେଟିଲିନ୍ ଗ୍ୟାସ୍ ସମାନ ଭାବରେ ବିପଜ୍ଜନକ ହୋଇଥାଏ ।
ଏହି କାରଣରୁ କର୍କଟ ରୋଗ ହେବାର ଆଶଙ୍କା ରହିଛି । ଯାହାକୁ ନେଇ ସୁପ୍ରିମକୋର୍ଟ ଏକ ପିଟିସନର ଶୁଣାଣି ବେଳେ ବିପଦପୂର୍ଣ୍ଣ ରାସାୟନିକ ପଦାର୍ଥର ବ୍ୟବହାର ସମ୍ପର୍କରେ କେନ୍ଦ୍ର, କୃଷି ମନ୍ତ୍ରଣାଳୟ ଏବଂ ଏଫଏସଏସଏଆଇକୁ ନୋଟିସ ଜାରି କରିଛନ୍ତି । ବିପଜ୍ଜନକ ରାସାୟନିକ ପଦାର୍ଥ ବ୍ୟବହାର ହେତୁ ସାରା ଦେଶରେ ଲୋକମାନେ ମରୁଛନ୍ତି ବୋଲି ଏହି ଆବେଦନରେ ଦର୍ଶାଯାଇଛି ।ନିଷିଦ୍ଧ କ୍ୟାଲସିୟମ କାର୍ବାଇଡର ବ୍ୟାପକ ବ୍ୟବହାରକୁ ବିଚାରକୁ ନେଇ ଏଫଏସଏସଏଆଇ ଭାରତରେ ଫଳ ପାଚିବା ପାଇଁ ଏକ ନିରାପଦ ବିକଳ୍ପ ଭାବରେ ଇଥିଲିନ ଗ୍ୟାସ ବ୍ୟବହାର କରିବାକୁ ଅନୁମତି ଦେଇଛି ।
Comments are closed.