Latest Odisha News

ଲିଜେଣ୍ଡସ ଲିଗ କ୍ରିକେଟ: କର ବା ମର ପରିସ୍ଥିତିରେ କୋଣାର୍କ ସୂର୍ଯ୍ୟାସ ଓଡିଶା

ଶ୍ରୀନଗର: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ଶୁକ୍ରବାର କୋଣାର୍କ ସୂର୍ଯ୍ୟାସ ଓଡିଶା ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଗୁଜରାଟ ଗ୍ରେଟ୍ସକୁ ଭେଟିବ । ଏହି ମ୍ୟାଚ କୋଣାର୍କ ସୂର୍ଯ୍ୟାସ ପାଇଁ କର ବା ମର ସଦୃଶ । ଏହି ମ୍ୟାଚ ପାଇଁ ଶ୍ରୀନଗରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋଣାର୍କ ସୂର୍ଯ୍ୟାସ ୬ଟି ମ୍ୟାଚ ଖେଳିବା ପରେ ଏବେ ପଂଏଟ ଟେବୁଲରେ ୫ମ ସ୍ଥାନରେ ରହିଛି । ଅପରପକ୍ଷରେ ଗୁଜରାଟ ଗ୍ରେଟ୍ସ ୬ଟି ମ୍ୟାଚ ଖେଳି ୩ ପଂଏଟ ପାଇଛି । ଏହି ମ୍ୟାଚରେ ଭଲ ବିଜୟ ହାସଲ କଲେ କୋଣାର୍କ ସୂର୍ଯ୍ୟାସ ଟିମ ନିକଟରେ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବାର ସୁଯୋଗ ରହିଛି । ଓଡିଶାର କ୍ରିକେଟପ୍ରେମୀଙ୍କ ପାଇଁ ଆମେ ଶ୍ରେଷ୍ଠ ୪ ଦଳ ମଧ୍ୟରେ ରହିବା ପାଇଁ ଉଦ୍ୟମ କରିବୁ ବୋଲି ଅଧିନାୟକ ଇରଫାନ ପଠାନ ଦୃଢ଼ତା ସହକାରେ କହିଛନ୍ତି । ଲିଜେଣ୍ଡସ ଲିଗ କ୍ରିକେଟ ଟ୍ରଫି ହାତେଇବା ଆମର ଟାର୍ଗେଟ ବୋଲି ସେ କହିଛନ୍ତି ।

କୋଣାର୍କ ସୂର୍ଯ୍ୟାସ ଓଡିଶା :ଇରଫାନ୍ ପଠାନ (ଅଧିନାୟକ), ଯୁସୁଫ୍ ପଠାନ, ଶାହବାଜ୍ ନାଦୀମ୍, ବିନୟ କୁମାର, ଫିଡେଲ୍ ଏଡୱାର୍ଡସ୍, କେଭିନ୍ ଓ’ବ୍ରାଇୟନ୍, ପ୍ରବୀଣ ଟାମ୍ବେ, ବେନ୍ ଲଉଘ୍ଲିନ୍, ଅମ୍ବାତି ରାୟୁଡୁ, ନବୀନ୍ ସ୍ଟ୍ୟୁଆର୍ଟ, ରସ ଟେଲର୍, ରିଚାର୍ଡ୍ ଲେଭି, ଦିଲଶାନ୍ ମୁନାବେରା, କେପି ଆପାନ୍ନା, ଦିବେଶ୍ ପଥାନିଆ, ରାଜେଶ ବିଶ୍ନୋଇ, ନଟରାଜ ବେହେରା ।

ଗୁଜରାଟ୍ ଗ୍ରେଟସ:ମୋର୍ନେ ଭାନ୍ ୱାଇକ, ଶିଖର ଧାୱନ (ଅଧିନାୟକ), ଲେଣ୍ଡଲ୍ ସିମନ୍ସ୍, ଯଶପାଲ୍ ସିଂହ, ମହମ୍ମଦ କୈଫ, ଅସ୍ଗର ଅଫ୍ଗାନ, ଜନ୍ ମୁନୀ, ମାନନ୍ ଶର୍ମା, ଲିଆମ୍ ପ୍ଲଙ୍କେଟ୍, ସୀକ୍କୁଗେ ପ୍ରସାନ୍ନ, ଇଶ୍ୱର୍ ପାଣ୍ଡେ, ଶାନନ୍ ଗାବ୍ରିଏଲ୍, କ୍ରିସ୍ ଗେଲ୍, ଜେରୋମ୍ ଟେଲର୍, ଏସ୍ ଶ୍ରୀସନ୍ଥ, ଦେବବ୍ରତ୍ ଦାସ୍, ସମର୍ କ୍ୱାଦ୍ରି, କାମାଉ ଲେଭେରୋକ ।

Leave A Reply

Your email address will not be published.