Latest Odisha News

ଦିଲ୍ଲୀରେ ଡାକ୍ତରଙ୍କ ଆତ୍ମହତ୍ୟା, ଆପ୍ ବିଧାୟକଙ୍କ ବିରୋଧରେ କେସ୍ ରୁଜୁ

ନୂଆଦିଲ୍ଲୀ: ଦିଲ୍ଲୀର ଦେଓଲି ଅଂଚଳରେ ରାଜେନ୍ଦ୍ର ସିଂ ନାମକ ଜନୈକ ଡାକ୍ତର ଆତ୍ମହତ୍ୟା କରିଛନ୍ତି । ସେ ଦୁର୍ଗାବିହାରରେ ଦୀର୍ଘ ଦିନ ଧରି କ୍ଲିନିକ ଚଲାଉଥିଲେ । ଏହା ବ୍ୟତୀତ ଦିଲ୍ଲୀ ଜଳବୋର୍ଡରେ ସେ ଟ୍ୟାଙ୍କର ଲଗାଇଥିଲେ । କିଛି ଦିନ ତଳେ ସ୍ଥାନୀୟ ବିଧାୟକ ପ୍ରକାଶ ଜାରୱାଲ ତାଙ୍କୁ ଏଥିରୁ ହଟାଇ ଦେଇଥିଲେ । ରାଜେନ୍ଦ୍ର ଆତ୍ମହତ୍ୟା କାରଣ ନେଇ ଏକ ଚିଠି ଛାଡି ଯାଇଛନ୍ତି । ସେଥିରେ ପ୍ରକାଶ ଓ ତାଙ୍କ ସହଯୋଗୀ କପିଳ ନାଗର ତାଙ୍କୁ ବାରମ୍ବାର ଧମକ ଦେଉଥିଲେ ବୋଲି ଉଲ୍ଲେଖ କରିଛନ୍ତି ।

ଅଭିଯୁକ୍ତ ବିଧାୟକ ଏବଂ ତାଙ୍କ ବନ୍ଧୁଙ୍କ ନାମରେ ପୋଲିସ ମାମଲା ରୁଜୁ କରିଛି । ପୋଲିସ ଡାକ୍ତରଙ୍କ ଶବଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ।

Comments are closed.