Latest Odisha News

BREAKING NEWS

ଡାକ୍ତର ହେବ ତ ଏମିତି…ରୋଗୀର ଜୀବନ ବଂଚାଇବେ ପାଇଁ ଦୌଡିଲେ ୩ କିଲେମିଟର

ବାଙ୍ଗାଲୋର: ଡାକ୍ତରଙ୍କୁ ଭଗବାନ ଏକ ରୂପ ଭାବେ ବିବେଚନା କରାଯାଏ । ଅବଶ୍ୟ ଏବେ ଅଥଲୋଭରେ କେତେଜଣଙ୍କ ପାଖରେ ବ୍ୟତୀକ୍ରମ ଦେଖିବାକୁ ମିଳିଛି । ତେବେ ବାଙ୍ଗାଲୋରର ଜଣେ ଡାକ୍ତର ରୋଗୀ ବଂଚାଇବା ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କଲେ ତାହାକୁ ଯେତେ ପ୍ରଶଂସା କରାଯିବ କମ ହେବ । ମଣିପାଲ ହସପିଟାଲର ଗ୍ୟାଷ୍ଟ୍ରୋଏଂଟରଲୋଜୀ ସର୍ଜନ ଗୋବିନ୍ଦ ନନ୍ଦକୁମାର ଜଣେ ରୋଗୀଙ୍କ ଲ୍ୟାପ୍ରୋସ୍କୋପିକ ଗାଲବ୍ଲାଡର ଅପେରେଶନ କରିବାକୁ ଘରୁ ବାହାରିଥିଲେ । ସରଜାପୁର ନିକଟରେ ସେ ଟ୍ରାଫିକ ଜାମରେ ଫସି ଯାଇଥିଲେ । ସେପଟେ ଚିକିତ୍ସିତ ହେବାକୁ ଥିବା ମହିଳା ଅବସ୍ଥା ସଙ୍କଟାପନ୍ନ ହୋଇଥିଲା । ଏହା ଶୁଣିବା ପରେ ସେ ଆଉ ନିଜକୁ ସମ୍ଭାଳିପାରି ନ ଥିଲେ । କାରରୁ ଓହ୍ଲାଇ ୩ କିଲୋମିଟର ଦୌଡି ଡାକ୍ତରଖାନାରେ ପଂହଚିଥିଲେ ।

ସେ ଠିକଣା ସମୟରେ ପଂହଚିଯିବାରୁ ମହିଳାଜଣଙ୍କୁ ବଂଚାଇବା ସମ୍ଭବପର ହୋଇଥିଲା । ସେ ଦୌଡୁଥିବା ଭିଡିଓ ସୋସିଆଲ ସାଇଟରେ ଭାଇରାଲ ହେବାରେ ଏବେ ନନ୍ଦକୁମାର ଚର୍ଚ୍ଚିତ ହୋଇ ପଡିଛନ୍ତି । ମୁଁ ସବୁ ବେଳେ ସକାଳୁ ଦୌଡିବାକୁ ଯାଉଥିବାରୁ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇ ନ ଥିଲି ବୋଲି କହିଛନ୍ତି । ଏହା ମୋ ପାଇଁ ପ୍ରଥମ ଘଟଣା ନୁହେଁ । ବାଙ୍ଗାଲୋରରେ ଟ୍ରାଫିକ ସମସ୍ୟା ଅଧିକ ଥିବାରୁ ଅନେକ ଥର ଗାଡିରୁ ଓହ୍ଲାଇ ରୋଗୀର ଚିକିତ୍ସା ପାଇଁ ଯାଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.