ବ୍ରହ୍ମପୁର: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ)ର ୟୋନୋ ଆପ ବନ୍ଦ ହୋଇଯିବ କହି ଜଣେ ଡାକ୍ତରଙ୍କ ବ୍ୟାଙ୍କ ଆକାଉଣ୍ଟ ୩ ଲକ୍ଷ ୨୫ ହଜାର ଟଙ୍କା ଠକି ନେଇଗଲେ ସାଇବର୍ ଅପରାଧୀ। ଠକେଇର ଶିକାର ହୋଇଥିବା ଡାକ୍ତର ଜଣଙ୍କ ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ସହର ଅଯୋଧ୍ୟାନଗର ଦ୍ବିତୀୟ ଲେନ୍ ନିବାସୀ ଡା.ଲକ୍ଷ୍ମୀକାନ୍ତ ଚାନ୍ଦ ଗଜପତି ଜିଲା ଆର.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି। ସେ ତାଙ୍କ ମୋବାଇଲରେ ଏସବିଆଇର ୟୋନୋ ଆପ୍ ରଖିଛନ୍ତି। ଦୁଇ ଦିନ ପୂର୍ବେ ତାଙ୍କ ଆକାଉଣ୍ଟ ସହ ପଞ୍ଜିକୃତ ମୋବାଇଲ ନମ୍ବରକୁ ଏକ ମ୍ୟାସେଜ୍ ଆସିଥିଲା, ଯେଉଁଥିରେ ପାନ୍ ନମ୍ବର ଅପଡେଟ କରାନଗଲେ ୟୋନୋ ଆପ୍ ବନ୍ଦ ହୋଇଯିବ ବୋଲି ଲେଖାଯାଇଥିଲା। ମ୍ୟାସେଜ ସହ ଆସିଥିବା ଲିଙ୍କ୍ ଉପରେ ସେ କ୍ଲିକ୍ କରିଦେଇଥିଲେ। କ୍ଲିକ ପରେ ତାଙ୍କ ମୋବାଇଲରେ ୟୋନୋ ଆପ ଭଳି ଏକ ନୂତନ ଅନଲାଇନ ପୃଷ୍ଠା ଖୋଲିଥିଲା। ସେହି ପୃଷ୍ଠା ଷ୍ଟେଟବ୍ୟାଙ୍କର ହୋଇଥିବା ଭାବି ସେ ୟୋନୋ ଆପ୍ ୟୁଜର ଆଇଡି ଏବଂ ପାସୱାର୍ଡ ଦାଖଲ କରିଥିଲେ। ମୋବାଇଲକୁ ଓଟିପି ଆସିଥିଲା। ୱେବସାଇଟରେ ଓଟିପି ଦାଖଲ କରିବା କ୍ଷଣି ତାଙ୍କ ଆକାଉଣ୍ଟରୁ ପ୍ରଥମେ ୨ ଲକ୍ଷ ୯୯ ହଜାର ୯୯୯ ଟଙ୍କା ଏବଂ ପରେ ୨୪ ହଜାର ୯୮୭ ଟଙ୍କା କଟିଯାଇଥିଲା। ସାଇବର ଠକେଇର ଶିକାର ହୋଇଥିବା ସେ ଜାଣିପାରିଥିଲେ। ଡାକ୍ତର ଜଣଙ୍କ ପ୍ରଥମେ ନିଜ ଷ୍ଟେଟବ୍ୟାଙ୍କ ଶାଖାକୁ ଯୋଗାଯୋଗ କରି ଏଭଳି ବେଆଇନ ନେଣଦେଣ ବନ୍ଦ କରିବାକୁ କହିବା ପରେ ଷ୍ଟେଟ୍ୟବ୍ୟାଙ୍କର ହେଲ୍ପଲାଇନ ନମ୍ବରକୁ ଫୋନ କରି ଜଣାଇଥିଲେ। ଏହାପରେ ସେ ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନାରେ ୪୩/୨୨ରେ ଏକ ମାମଲା ରୁଜୁ ହୋଇଛି।
BREAKING NEWS
- Majhighariani Temple: ସରିଲା ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଗଣତି; ଏତିକି କୋଟି ଟଙ୍କା ସହ ବିଦେଶୀ ନୋଟ ମିଳିଲା
- ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ନୀତିନ ନବୀନ
- From Il-78 to MRTT: IAFକୁ ମିଳିବ ନୂତନ ଶକ୍ତି; ୬ଟି MRTT ବିମାନ କ୍ରୟକୁ ମିଳିଲା ମଞ୍ଜୁରୀ
- ଗମ୍ଭୀର ସମସ୍ୟା: ଭାରତୀୟ କ୍ରିକେଟ ଟିମର ଚାଲିଛି ଅନ୍ଧକାରମୟ ଯୁଗ
- ଭାରତର ଡାଲି ଟାରିଫକୁ ସହି ପାରୁନି ଆମେରିକା…
- ପତ୍ନୀଙ୍କୁ ଛାଡପତ୍ର ଦେବେ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ
- ପ୍ରଶଂସକଙ୍କ ଚିନ୍ତାରେ ପକାଇଲା ନେହାଙ୍କ ବ୍ରେକ ନେବା ପୋଷ୍ଟ
- ପୁଅର ରେଜଲ୍ଟ ଆଣିବାକୁ ଯାଇ ଚାଲିଗଲା ବାପାର ଜୀବନ…
- ଖାମେନିଙ୍କ ଉପରେ ଆକ୍ରମଣକୁ ଇରାନ ସହିତ ‘ଯୁଦ୍ଧ’ ବୋଲି ବିବେଚନା କରାଯିବ: ଟ୍ରମ୍ପଙ୍କୁ ଇରାନ ରାଷ୍ଟ୍ରପତିଙ୍କ ଧମକ
- Loot from Bank: ବନ୍ଧୁକ ମୁନରେ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍; ୫ କୋଟିରୁ ଅଧିକ ସୁନା…
Comments are closed.