ବ୍ରହ୍ମପୁର: ଗଞ୍ଜାମ ଜିଲାରେ ଦଶହରା ଓ କୁମାର ପୂର୍ଣ୍ଣିମା ସମୟରେ ବ୍ୟାପକ ଭାବେ ଟଙ୍କା ଖେଳ ଚାଲିଥାଏ। ପରମ୍ପା ନାଁରେ ଚାଲିଥିବା ଜୁଆ ଖେଳ ଉପରେ ଜୋରଦାର୍ ଧରପଗଡ଼ କରିଛି ପୋଲିସ। ଗଞ୍ଜାମ ଜିଲାର ଦୁଇଟି ପୋଲିସ ଜିଲା ଯଥା ଗଞ୍ଜାମ ଏବଂ ବ୍ରହ୍ମପୁରରେ ଅକ୍ଟୋବର ଏକ ତାରିଖରୁ ୯ ତାରିଖ ଭିତରେ ମାତ୍ର ୧୦ ଦିନ ଭିତରେ ମୋଟ ୧୮୯ଟି ସ୍ଥାନରେ ଚଢ଼ଉ ହୋଇଥିଲା। ହଜାରରେ ଅଧିକ ଜୁଆଡ଼ି ଗିରଫ ହେବା ସହ ପ୍ରାୟ ୪୦ ଲକ୍ଷ ଟଙ୍କା ଜବତ କରାଯାଇଛି।
ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ୍ ଏମ୍ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୧୦ ଦିନ ଭିତରେ ବ୍ରହ୍ମପୁର ପୁଲିସ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଚାଲିଥିବା ୨୭ଟି ଜୁଆ ଆଡ୍ଡାରେ ଚଢଉ କରାଯାଇଥିଲା। ୧୯୭ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୧୨ ଲକ୍ଷ ୩୬ ହଜାର ଟଙ୍କା ଜବତ କରାଯାଇଛି। ବହୁ ସଂଖ୍ୟେର ବାଇକ୍ ଏବଂ ମୋବାଇଲ୍ ମଧ୍ୟ ଜବତ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ସେହିଭଳି ଗଞ୍ଜାମ ଏସ୍ବି ବ୍ରିଜେଶ ରାଏଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ୧୦ ଦିନ ଭିତରେ ଗଞ୍ଜାମ ପୁଲିସ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଚାଲିଥିବା ୧୬୨ଟି ଜୁଆ ଆଡ୍ଡାରେ ଚଢଉ ହୋଇଛି। ୮୮୨ ଜଣ ଜୁଆଡିଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୨୭ ଲକ୍ଷ ୨୯ ହଜାର ଟଙ୍କା ଜବତ କରାଯାଇଥିବା ସେ ସୂଚନା ଦେଇଛନ୍ତି।
ଓଡ଼ିଶା ଜୁଆଖେଳ ନିରୋଧ ଆଇନ ଧାରା ୩ ଅନୁସାରେ ଏହା ବେଆଇନ ହୋଇଥିବା ବେଳେ ଜୁଆଡିଙ୍କୁ ୧ ମାସର ଜେଲଦଣ୍ଡ ଓ ୧୦୦ ଟଙ୍କା ଜୋରିମାନା ଆଦାୟର ନିୟମ ରହିଛି। ତେବେ ଗଞ୍ଜାମ ଜିଲାରେ ଯେଉଁ ଜୁଆଡ଼ିମାନେ ଗିରଫ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ବହୁ ମହିଳା ମଧ୍ୟ ରହିଛନ୍ତି। ଗତ ଦୁଇ ବର୍ଷ ହେଲା କରୋନା ମହାମାରୀ କଟକଣା ଯୋଗୁ ପାର୍ବଣ ଋତୁ ଫିକା ପଡ଼ିଥିଲା। ଚଳିତ ବର୍ଷ କଟକଣା ନଥିବା ଯୋଗୁ ପାର୍ବଣ ସହିତ ଖେଳ ମଧ୍ୟ ଜମି ଥିଲା। ପୋଲିସର ବାରମ୍ବାର ଚଢ଼ଉ ସତ୍ତ୍ବେ ଖେଳ ଚାଲିଥିଲା। ଜୁଆଡିମାନେ କେଉଁଠି କ୍ଲବ ଘରେ ତ’ ଆଉ କେଉଁଠି କାହା ଘରେ ଖେଳିଥିଲେ ।
BREAKING NEWS
- ‘ଭାଇ’ ସମ୍ପର୍କରେ ଫାଟ: ସୋନିଆ ଗାନ୍ଧୀଙ୍କ ପୁସ୍ତକ ଉନ୍ମୋଚନ ପାଇଁ ରାହୁଲଙ୍କ ଫୋନ୍ କଲ୍ ଏଡ଼ାଇଲେ ଷ୍ଟାଲିନ୍
- ବାତ୍ୟା ଅକୱାନ ମୁକାବିଲା; ଟିପିଏସ୍ଓଡିଏଲ୍ ପକ୍ଷରୁ ୬୪୭୪ କର୍ମଚାରୀ ନିୟୋଜିତ…
- Lashkar commander Lateef Bhat:ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଲତିଫ୍ ଭଟ୍ଟ ସଫା, ଆତ୍ମସମର୍ପଣ କରିବା ପାଇଁ କହିବାରୁ କହିଲା, “ମୁଁ ଆଲ୍ଲାଙ୍କୁ ଭେଟିବି”
- କାର୍ରୁ ASIଙ୍କ ଦଗ୍ଧ ଦେହାବଶେଷ ଉଦ୍ଧାର, ହତ୍ୟା ଅଭିଯୋଗରେ କନଷ୍ଟେବଳ ପ୍ରେମିକା ଗିରଫ
- Cyclone Akvan: ସମ୍ଭାବ୍ୟ ବାତ୍ୟା; ଖୋର୍ଦ୍ଧା ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
- କୋଟିଆ ଓ ବନ୍ୟା ପ୍ରସଙ୍ଗରେ କମ୍ପିଲା ବିଧାନସଭା, ୪ଟା ଯାଏଁ ଗୃହ ମୁଲତବୀ
- ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ;୨ଜଣଙ୍କୁ ଉଠାଇ ନେଲା ଭିଜିଲାନ୍ସ
- ଭୀଷଣ ବାତ୍ୟାର ରୂପ ନେଲା ‘ଅକଭାନ’; ଓଡ଼ିଶାରେ ଆଲର୍ଟ…
- ବାଂଲାଦେଶରେ ପୁଣି ହିଂସା; ଶେଖ୍ ହସିନାଙ୍କ ସମର୍ଥକମାନେ ଥାନା ଓ ସାଂସଦଙ୍କ ଘରେ ଲଗାଇଲେ ନିଆଁ
- ରାଜଧାନୀରେ ଚାଞ୍ଚଲ୍ୟକର ଘଟଣା; କାଫେ ସମ୍ମୁଖରେ ନିଜକୁ ଜାଳିଦେଲେ ଯୁବତୀ
Comments are closed.