Latest Odisha News

ଭଡ଼ା ଘରେ ଏକୁଟିଆ ଅଛନ୍ତି ତପସ୍ବିନୀ, କୁଆଡେ ଗଲେ ସୁମିତ ?

ବ୍ରହ୍ମପୁର : ଭଡ଼ା ଘରେ ଏକୁଟିଆ ଅଛନ୍ତି ତପସ୍ବିନୀ ଓରଫ ଡିମ୍ପଲ । ସ୍ତ୍ରୀକୁ ଛାଡି କୁଆଡେ ଗଲେ ସ୍ବାମୀ ସୁମିତ ? ମନ ମିଳିବା ପାଇଁ ସାତ ଦିନ ଏକାଠି ରହିବାକୁ ଉଭୟଙ୍କୁ ଆଦେଶ ଦେଇଥିଲେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ । କିନ୍ତୁ ଆଜି ସ୍ବାମୀ ସୁମିତ କେଉଁ ଆଡେ ପଳାଇଥିବା ଅଭିଯୋଗ କରିଛନ୍ତି ପତ୍ନୀ ଡିମ୍ପଲ । ତେବେ ସ୍ବାମୀଙ୍କ ନପାଇ ଘରେ ଏକୁଟିଆ ରହିଛନ୍ତି ଡିମ୍ପଲ ।

ଡିମ୍ପଲ ଅଭିଯୋଗ କରିଛନ୍ତି ଯେ, ସୁମିତ ମୋତେ ଛାଡ଼ି କୁଆଡ଼େ ପଳାଇଛନ୍ତି । ସୁମିତ ଗତକାଲି ମେଡିକାଲ ଯାଇଥିଲେ । ପରେ ଘରକୁ ଫେରିଥିଲେ । ହେଲେ ଆଜି ସକାଳେ କେହି ଜଣେ ଆସି ତାଙ୍କୁ ସ୍କୁଟିରେ ନେଇ ଯାଇଛନ୍ତି । ଏହା ପରଠାରୁ ସୁମିତଙ୍କର କୌଣସି ପତ୍ତା ମିଳୁନି । ଏହାସହ ସୁମିତଙ୍କ ମୋବାଇଲ ମନ୍ଦ ବନ୍ଦ ରହିଛି । ସେ ଏବେ କେଉଁଠି ଅଛନ୍ତି, ସେନେଇ କୌଣସି ପତ୍ତା ମିଳିନି ।

ପତ୍ନୀ ମାନ୍ୟତା ଦାବି କରି ଲଗାତର ଭାବେ ଧାରଣାରେ ବସିଥିଲେ ଡିମ୍ପଲ । ସୁମିତଙ୍କ ଘର ଆଗରେ ବସି ରହି ଦାବି ମାନିବାକୁ ଅଡି ବସିଥିଲେ ଡିମ୍ପଲ । ଶେଷରେ କୋର୍ଟରେ ପହଞ୍ଚିଥିଲା ମାମଲା । ପ୍ରଥମ ପର୍ଯ୍ୟାୟରେ କୋର୍ଟ ଉଭୟ ଡିମ୍ପଲ ଓ ସୁମିତଙ୍କୁ ସାତ ଦିନ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ପୁଣି ଗତକାଲି ସ୍ବାମୀ-ସ୍ତ୍ରୀଙ୍କ ମନ ମିଳିବା ପାଇଁ ଭଡା ଘରେ ଏକାଠି ରହିବାକୁ ଆଦେଶ ଦେଇଥିଲେ । ହେଲେ ଆଜି ସୁମିତ କୁଆଡେ ପଳାଇଥିବା ଡିମ୍ପଲ ଅଭିଯୋଗ କରିଛନ୍ତି ।

Comments are closed.