Latest Odisha News

BREAKING NEWS

କରୋନା ପଜିଟିଭ ଚିହ୍ନଟ ହେଲେ କଟକ ସିଟି ହସ୍ପିଟାଲ ଡାକ୍ତର

କଟକ: ମଙ୍ଗଳବାର କଟକରୁ ଚିହ୍ନଟ ହୋଇଥିବା ୧୬ କରୋନା ପଜିଟିଭ ମଧ୍ୟରୁ ଚାରିଟି କଟକ ସହରାଞ୍ଚଳର ବୋଲି କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ଟ୍ୱିଟ କରି ଜଣାଇଛି। ଏଥିସହ ସେମାନଙ୍କ ମଧ୍ୟରୁ ଜଣେ ସିଟି ହସ୍ପିଟାଲର ଜଣେ ଡାକ୍ତର ବୋଲି ସିଏମସି ସୂଚନା ଦେଇଛି । ଉକ୍ତ ଡାକ୍ତରଙ୍କର କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସିଏମସି ସୂତ୍ରରୁ ପ୍ରକାଶ।

ଆକ୍ରାନ୍ତ ଡାକ୍ତର ଜଣକ ଜଣେ ଶିଶୁ ରୋଗ ବିଶେଷଜ୍ଞ । ସେ କଟକ ସିଟି ହସ୍ପିଟାଲରେ କାର୍ଯ୍ୟରତ ଥିଲେ ।

ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ପରେ ଏବେ ଅନ୍ୟ ସମସ୍ତ ଡାକ୍ତରଙ୍କ ସ୍ୱାବ୍‌ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯାଇଛି ।

ପଜିଟିଭ ଚିହ୍ନଟ ଡାକ୍ତର ଜଣଙ୍କ ତାଙ୍କ ପତ୍ନୀଙ୍କୁ ଆଣିବା ପାଇଁ ନିକଟରେ କେନ୍ଦ୍ରାପଡା ଯାଇଥିବା ମଧ୍ୟ ଜଣାପଡିଛି ।

Leave A Reply

Your email address will not be published.