Latest Odisha News

BREAKING NEWS

ଗୃହମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ପ୍ରତିବାଦରୁ ହଟିଲେ ଆଇଏମ୍ଏ ଡାକ୍ତର

ନୂଆଦିଲ୍ଲୀ: ସୁରକ୍ଷା ପ୍ରତିଶ୍ରୁତି ମିଳିବା ପରେ ପ୍ରତ୍ୟହାର ହେଲା ଆଇଏମଏ ଡାକ୍ତରଙ୍କ ପ୍ରତିବାଦ । ଗୃହମନ୍ତ୍ରୀ ଅମିତ ଶାହା ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କ ସହ ଭିଡିଓ କନ୍‌ଫରେନ୍ସ କରିବା ପରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍‌ର ଡାକ୍ତରମାନେ ଦୁଇ ଦିନ ହେବ ଚଳାଇଥିବା ପ୍ରତିବାଦ ପ୍ରତ୍ୟାହାର କରି ନେଇଛନ୍ତି।

BjdElectrycity

ସୂଚନା ଯୋଗ୍ୟ ଯେ, ଜୀବନକୁ ବାଜି ଲଗାଇ ଡାକ୍ତରମାନେ କରୋନା ଭାଇରସ୍ ମହାମାରୀ ସହ ଲଢୁଥିବା ବେଳେ ଜନତାଙ୍କ ଆକ୍ରମଣର ଶିକାର ହେଉଛନ୍ତି। ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ନିମନ୍ତେ ତୁରନ୍ତ ଆଇନ ପ୍ରଣୟନ କରିବାକୁ ସେମାନେ ପ୍ରତିବାଦ ଚଳାଇ ଥିଲେ। ସରକାର କୌଣସି ପଦକ୍ଷେପ ଗ୍ରହଣ ନ କଲେ ଡାକ୍ତରମାନେ କଳାଦିବସ ପାଳନପୂର୍ବକ ଏପ୍ରିଲ୍ ୨୩ ତାରିଖ ଠାରୁ କଳା ବ୍ୟାଚ୍ ପିନ୍ଧି କାମ କରିବେ ବୋଲି ଆଇଏମ୍ଏ ଧମକ ଦେଇଥିଲା ।

ଆଜି ଭିଡିଓ କନ୍‌ଫରେନ୍ସରେ ଗୃହମନ୍ତ୍ରୀ ଅମିତ ଶାହା କରୋନା ଭାଇରସ୍ ସଂଗ୍ରାମରେ ଡାକ୍ତରମାନଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଆପଣମାନେ ଉତ୍ତମ କାର୍ୟ୍ୟ କରୁଛନ୍ତି, କର୍ମସ୍ଥଳୀରେ ଆମ ଡାକ୍ତରମାନଙ୍କ ନିରାପତ୍ତା ଓ ସମ୍ମାନ ସହ ସାଲିସ କରିହେବନାହିଁ। ସବୁ ସମୟରେ ସେମାନଙ୍କ ପ୍ରତି ସମ୍ମାନଜନକ ବାତାବରଣ ପ୍ରତି ନିଶ୍ଚିତ ହେବା ଆମର ଦାୟିତ୍ୱ ବୋଲି ଅମିତ ଶାହା କହିଛନ୍ତି ।

Leave A Reply

Your email address will not be published.