Latest Odisha News

BREAKING NEWS

ପପୁ ପମ୍‌ପମ୍‌ଙ୍କ ମ୍ୟାନେଜର୍ ଗିରଫ; ବିକ୍ରିକରୁଥିଲେ ମଦ !

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ କମେଡ଼ି କିଙ୍ଗ୍ ପପୁ ପମ୍‌ପମ୍ । ହାସ୍ୟାଭିନେତା ପପୁଙ୍କ ମ୍ୟାନେଜର୍ ମଦ ବିକ୍ରି କରୁଥିବା ନେଇ ଗିରଫ ହୋଇଛନ୍ତି । ରାଜଧାନୀରେ ବେଆଇନ ଭାବେ ମଦ ବିକ୍ରି ଅଭିଯୋଗରେ ତାଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

ପପୁଙ୍କ ମ୍ୟାନେଜର୍ ପ୍ରଦୀପ୍ତ କୁମାର ସ୍ୱାଇଁ ଓରଫ ଗିଟୁ ରୁଚିକା ମାର୍କେଟରେ ତାଙ୍କ ହୁଣ୍ଡାଇ କ୍ରେଟା ଏସୟୁଭି କାରରେ ବସି ମଦ ବିକ୍ରି କରୁଥିବା ଅଭିଯୋଗ ହୋଇଛି ।

ଏହି ଘଟଣାରେ ପୋଲିସ ୯୬ଟି ବିଦେଶୀ ମଦ ବୋତଲ ସହିତ ନଗଦ ୪,୭୫୦ ଟଙ୍କା, ୩ଟି ମୋବାଇଲ୍ ଫୋନ ଏବଂ ଗୋଟିଏ ଏସୟୁଭି କାର୍ ଜବତ କରିଛି ।

ପୂର୍ବରୁ ୨୦୧୬ରେ ଜଣେ ନାବାଳିକା ଝିଅ ସହିତ ଅସଦାଚରଣ ଓ କାଷ୍ଟିଂ କାଉଚ୍ ଅଭିଯୋଗରେ ପପୁ ପମ୍‌ପମ୍‌ଙ୍କ ସହିତ ଶ୍ରୀ ସ୍ୱାଇଁ ମଧ୍ୟ ଗିରଫ ହୋଇଥିଲେ ।

Leave A Reply

Your email address will not be published.