ମୋଗା: ପଞ୍ଜାବର ମୋଗା ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ମୁଖକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ପେଟରେ ଯନ୍ତ୍ରଣା ହେଉଥିବା ନେଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ପ୍ରାରମ୍ଭିକ ଚିକିତ୍ସାରେ ସେ ସୁସ୍ଥ ନ ହେବାରୁ ତାଙ୍କର ସ୍କାନ କରାଯାଇଥିଲା । ସ୍କାନ ରିପୋର୍ଟ ଦେଖି ଡାକ୍ତର ଆଶ୍ଚର୍ଯ୍ୟଚକିତ ହୋଇ ପଡିଥିଲେ । ଅପରେଶନ ପରେ ତାଙ୍କ ପେଟରୁ ନଟ ବୋଲ୍ଟ, ପେଚ, ଲକେଟ, ଇୟରଫୋନ, ଚୁମ୍ବକ ଓ ଅନେକ ଛୋଟ ବଡ ପଦାର୍ଥ ବାହାରିଥିଲା । ଏବେ ଉକ୍ତ ବ୍ୟକ୍ତି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ନାହାନ୍ତି । ପରିବାର ଲୋକଙ୍କ କହିବା ଅନୁସାରେ ତାଙ୍କ ପୁଅ ସର୍ବଦା ବିଚଳିତ ରହିଥାନ୍ତି । ତାଙ୍କ ମାନସିକ ସ୍ଥିତି ଠିକ ନ ଥିଲା ।
ବାରମ୍ବାର ପେଟ କାଟିବା, ବାନ୍ତି ହେବା ଏବଂ ମୁଣ୍ଡ ବୁଲେଇବା ଯୋଗୁ ସେମାନେ ଅନେକ ସ୍ଥାନରେ ଏହାକୁ ଦେଖାଇଥିଲେ । ମାତ୍ର ଏହା ଭଲ ହୋଇ ନ ଥିଲା । ମୋଗା ମେଡିସିଟିକୁ ଆଣିବା ପରେ ପ୍ରକୃତ କାରଣ ସମ୍ମୁଖକୁ ଆସିଥିଲା । ସମ୍ପୃକ୍ତ ବ୍ୟକ୍ତଜଣଙ୍କ ମଧ୍ୟ ଏ ଭଳି ପଦାର୍ଥ କେବେ ଖାଇଲେ ତାହା ଠିକ ଭାବେ କହିପାରି ନ ଥିଲେ ।
Comments are closed.