ରାୟପୁର :ଟି୨୦ ବିଶ୍ୱକପ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଟିମ ଇଣ୍ଡିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । ଏହି ସିରିଜ ମାଧ୍ୟମରେ ଫର୍ମ, ଫିଟନେସ ଓ ଟିମ କମ୍ବିନେଶନ ପ୍ରସ୍ତୁତ କରିବା ଭଲ ସୁଯୋଗ ରହିଛି । ତେବେ ଦଳର ମୂଖ୍ୟ ପେସ ବୋଲର ଯଶପ୍ରୀତ ବୁମରାହ ଦ୍ୱିତୀୟ ମ୍ୟାଚ ନ ଖେଳିବା ମନରେ ସନ୍ଦେହ ସୃଷ୍ଟି କରିଛି । କେତେକ ରିପୋର୍ଟ ଅନୁସାରେ ବୁମରାହ ସମ୍ପୂର୍ଣ୍ଣ ଭାବେ ଫିଟ ନାହାନ୍ତି । ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆ ଏ ନେଇ କୌଣସି ରିସ୍କ ନେବାକୁ ଚାହୁଁନି । ନାଗପୁରରେ ଖେଳା ଯାଇଥିବା ପ୍ରଥମ ଟି୨୦ରେ ବୁମରାହ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଥିଲେ । ତେବେ ସେ ମ୍ୟାଚରେ ୱିକେଟ ନେବାରେ ସଫଳ ହୋଇ ନ ଥିଲେ ।
ବୁମରାହ ମାତ୍ର ୩ ଓଭର ବୋଲିଂ କରିଥିଲେ । ଯାହା ଫଳରେ ସେ ସମ୍ପୂର୍ଣ୍ଣ ଭାବେ ଫିଟ ନ ଥିବା ଆଶଙ୍କା କରାଯାଉଛି । ବୁମରାହଙ୍କୁ ବିଶ୍ରାମ ଦିଆଯାଇଛି ବୋଲି ଦ୍ୱିତୀୟ ଟି୨୦ ପୂର୍ବରୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୫ଟି ମ୍ୟାଚ ଖେଳିବ । ଦ୍ୱିତୀୟ ଟି୨୦ରେ ହର୍ଷିତ ରାଣା ଓ କୂଲଦୀପ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଥିଲା । ପ୍ରଥମ ଟି୨୦ରେ ଅକ୍ଷର ପଟେଲ ଆଘାତପ୍ରାପ୍ତ ହୋଇଥିଲେ ।