Latest Odisha News

BREAKING NEWS

ଅନୁଗୁଳରେ ନବଜାତ ଶିଶୁ କନ୍ୟାକୁ ଖାଇଗଲା କୁକୁର

ଅନୁଗୁଳ: ପୁଣି ବୁଲାକୁକୁରଙ୍କ ଶିକାର ହେଲା ନବଜାତ ଶିଶୁ । ରାସ୍ତାକଡ଼ରେ ପଡ଼ିଥିବା ନବଜାତ ଶିଶୁ କନ୍ୟାକୁ ଝୁଣି ଝୁଣି ଖାଇଲେ ବୁଲା କୁକୁର । ଫଳରେ ଘଟଣାସ୍ଥଳରେ ହିଁ ଶିଶୁ କନ୍ୟା ଟି ର ମୃତ୍ୟୁ ହୋଇଛି । ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ଅନଗୁଳ ଜିଲ୍ଲା ଅନୁଗୁଳ ବ୍ଲକ ଅଞ୍ଚଳରେ ।

ସୂଚନା ମୁତାବକ, ଆଜି (ରବିବାର) ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତକୁ ଯିବା ରାସ୍ତାରେ ଏକ ନିଛାଟିଆ ସ୍ଥାନରେ ଏକ ନଜଜାତ ଶିଶୁକୁ ବୁଲା କୁକୁର ଖାଉଥିବାର ଦେଖିଥିଲେ ଜଣେ ଯୁବକ । ଏହା ଦେଖି ଯୁବକ ଜଣକ ଅଟକିଯାଇ କୁକୁରକୁ ବାଡେଇ ତଡିଦେଇଥିଲେ ପରେ ସେ ସମାଜସେବୀ ଚିନ୍ମୟୀ ଦାସଙ୍କୁ ଫୋନ ଯୋଗେ ଅବଗତ କରିଥିଲେ ।

ଏହାପରେ ସେ ୧୦୮ ଆମ୍ବୁଲାନ୍ସ କୁ ଫୋନ କରିଥିଲେ । ହେଲେ ଆମ୍ବୁଲାନ୍ସଟି ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚିଲା । ସେତବେଳକୁ ନବଜାତ ଶିଶୁଟିର ମୃତ୍ୟୁ ହୋଇସାରିଥିଲା । ଏହି ଘଟଣାରେ ଅନୁଗୁଳ ପୋଲିସ ନବଜାତ ଶିଶୁର ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

ମୃତ ଶରୀରରକୁ ଅନୁଗୁଳ ଶବ ସଂରକ୍ଷଣ ଗୃହରେ ରଖା ଯାଇଥିବା ଜଣାପଡିଛି । ତେବେ ନବଜାତ ଶିଶୁକୁ କେହି ଜଣେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।

Comments are closed.