Latest Odisha News

କୁକୁର, କୋକିଶିଆଳିର ମିଶ୍ରଣ ‘ଡଗ୍‌ସ୍କିିମ୍‌’

ବ୍ରାଜିଲ: ଦୁନିଆରେ ବିଭିନ୍ନ ପ୍ରକାରର ପ୍ରଜାତିର ଜୀବ ଦେଖିବାକୁ ମିଳେ । ସମାନ ପ୍ରାଣୀର ଅନେକ ପ୍ରଜାତି ମଧ୍ୟ ଅଛନ୍ତି । ଯେପରି ଆମେ ମଣିଷ, କିନ୍ତୁ ପ୍ରତ୍ୟେକ ଦେଶରେ, ଆମର ରଙ୍ଗ, ଭାଷା ଏବଂ ଜୀବନ ଶୈଳୀ ବଦଳିଥାଏ । ଅନେକ ପ୍ରଜାତିର ପ୍ରାଣୀ ଥିଲେ ମଧ୍ୟ ମଣିଷ ସେମାନଙ୍କ ଉପରେ ଅନ୍ୟାନ୍ୟ ପରୀକ୍ଷଣ କରିଥାଏ, ଯଦ୍ୱାରା ଅନେକ ପ୍ରକାରର କ୍ରସ୍‌-ବ୍ରିଡ଼ର ପ୍ରାଣୀ ସୃଷ୍ଟି ହୋଇଥାନ୍ତି । ବିଶେଷକରି କୁକୁରମାନଙ୍କ କ୍ଷେତ୍ରରେ ଏହା ଏକ ସାଧାରଣ କଥା । ଆପଣ ନିଶ୍ଚୟ ଅନେକ ପ୍ରକାରର କ୍ରସ୍ ବ୍ରିଡ଼ର କୁକୁର ଦେଖିଥିବେ । ନିକଟରେ ବ୍ରାଜିଲରେ ଏକ ହାଇବ୍ରିଡ଼ କୁକୁରର ସନ୍ଧାନ ମିଳିଛି, ଯାହା ଉଭୟ କୁକୁର ଏବଂ କୋକିଶିଆଳିର ହାଇ ବ୍ରିଡ଼ ବୋଲି ଜଣାଯାଇଛି ।

ଏହି କୁକୁରଟି ଏକ କାର ଧକ୍କାରେ ଆହତ ହୋଇଥିଲା । ତାକୁ ବ୍ରାଜିଲର ୟୁନିଭର୍ସିଡେଡ୍ ଫେଡେରାଲ ଡୁ ରିଓ ଗ୍ରେଣ୍ଡ ଡୁ ସଲ ଭେଟେରିନାରି ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ହେଲେ ସେତେବେଳେ ଏହା କୁକୁର କି ଅନ୍ୟ କିଛି ତାହା ଜଣାପଡ଼ି ନ ଥିଲା । ବୈଜ୍ଞାନିକମାନେ ଏହାର ଜିନୋମର ପରୀକ୍ଷଣ କରିଲେ । ପରେ ତାହା କୁକୁର ଓ କୋକିଶିଆଳିର କ୍ରସବ୍ରିଡ୍ ବୋଲି ଜଣାପଡ଼ିଲା । ବୈଜ୍ଞାନିକମାନେ ତାହାର ନାମ ‘ଡଗ୍‌ସ୍କିିମ୍‌’ ରଖିଲେ ।

ଡଗ୍‌ସ୍କିିମ୍‌ର ଶରୀରରେ ଉଭୟ କୁକୁର ଏବଂ କୋକିଶିଆଳିର ଗୁଣ ରହିଥିଲା । ତା’ର ବଡ଼ କାନ, ଶରୀର ଲୋମଶ, ମୋଟା ଲାଞ୍ଜ ଥିଲା । ହସ୍ପିଟାଲରେ ତା’ର ଦେଖାଶୁଣା କରୁଥିବା ନର୍ସଙ୍କ କହିବା ମୁତାବକ, ଡଗ୍‌ସ୍କିିମ୍ ବହୁତ ଶାନ୍ତ, ସରଳ ଥିଲା । ତା’ ପାଖରେ କୋକିଶିଆଳିର ଗୁଣ ଥିଲେ ବି ସେମାନଙ୍କ ଭଳି କାମୁଡ଼ିବାକୁ ଗୋଡ଼ାଉ ନ ଥିଲା । ସେ ଅନ୍ୟମାନଙ୍କଠାରୁ ଦୂରରେ ରହିବାକୁ ଭଲ ପାଉଥିଲା । ସେ କୁକୁର ଭଳି ଭୁକୁଥିବାବେଳେ କୋକିଶିଆଳି ଭଳି ଚାଲୁଥିଲା । ପରୀକ୍ଷଣରୁ ଏହି ବ୍ରିଡ୍‌ରେ ୭୬ ପ୍ରକାରର କ୍ରୋମୋଜମ୍ ଥିବା ଜଣାପଡ଼ିଥିଲା, ଯାହା ଉଭୟ କୁକୁର ଓ କୋକିଶିଆଳିଙ୍କ ମିଶ୍ରଣ ।

Comments are closed.