ବ୍ରହ୍ମପୁର:ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ୧୨ଟି କୁକୁରକୁ ଗୋଡ଼ ଓ ମୁହଁ ବାନ୍ଧିବା ଘଟଣା ଜାତୀୟ ମାନବାଧିକାର କମିଶନରେ ପହଞ୍ଚିଛି। ବ୍ରହ୍ମପୁରର ସମାଜେସବୀ ରବିନ୍ଦ୍ର କୁମାର ମିଶ୍ର ଏନେଇ କମିଶନରେ ଅଭିଯୋଗ କରିଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, କୁକୁରଗୁଡ଼ିକୁ ଅତି ଅମାନବୀୟ ଭାବେ ନିର୍ଯାତନା ଦିଆଯାଇଛି। ବାନ୍ଧିଦେବା ଯୋଗୁ ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ ରହିଛି। ଏନେଇ ଲୋକସଭା ସାଂସଦ ତଥା ପଶୁ ଅଧିକାର ପାଇଁ ଲଢ଼େଇ କରୁଥିବା ମେନେକା ଗାନ୍ଧୀଙ୍କ ସମେତ ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ ଏମ୍, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାସଙ୍କ ନିକଟରେ ମଧ୍ୟ ଅଭିଯୋଗ କରାଯାଇଛି। ପଶୁ ସୁରକ୍ଷା କର୍ମୀମାନେ କୁକୁରକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ବିଶ୍ବବିଦ୍ୟାଳୟର କର୍ମଚାରୀମାନେ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ । ଏପରିକି ଆକ୍ରମଣ କରିବା ସହ ମୋବାଇଲ ଛଡ଼ାଇ ନେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶୁ ପକ୍ଷୀଙ୍କ ସୁରକ୍ଷା ଓ ସଂରକ୍ଷଣ ଦିଗରେ ଅନେକ ପଦକ୍ଷେପ ନେଉଛନ୍ତି। ହେଲେ ସରକାରୀ ଅଧିକାରୀମାନେ ଏଦିଗରେ ଅବହେଳା କରୁଛନ୍ତି। ପଶୁ ସୁରକ୍ଷା ପାଇଁ ଅନେକ ନିୟମ ରହିଥିଲେ ମଧ୍ୟ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଏହାର ଉଲଂଘନ ହୋଇଛି। ଏଣୁ ମାମଲାକୁ ଗୁରୁତର ଭାବେ ନେବା ସହିତ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରକୁ ପଶୁ ସୁରକ୍ଷା ଦିଗରେ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦେବାକୁ ଆବେଦନରେ ଉଲ୍ଲେଖ କରାଯାଇଛି। ଏଥି ସହିତ ବିଗତ ଦିନରେ ବିଭିନ୍ନ କୋର୍ଟ ଦ୍ବାରା ପଶୁ ସୁରକ୍ଷା ସଂପର୍କିତ ବିଭିନ୍ନ ମାମଲାଗୁଡ଼ିକର ରାୟ ସଂପର୍କରେ ମଧ୍ୟ ଆବେଦନରେ ଦର୍ଶାଯାଇଛି।
BREAKING NEWS
- BJD: ବିଜେପି ଶାସନରେ ସାଇବର ଅପରାଧ ଓ ଫେକ୍ ନ୍ୟୁଜରେ ବୃଦ୍ଧି ଘଟିଛି: ବିଜେଡି
- ଆମ ବସ୍ ଭଙ୍ଗାରୁଜା ଘଟଣା; ଦୁଇ ଅଭିଯୁକ୍ତ ଗିରଫ
- Tragic landslide in Indonesia: ଭୟଙ୍କର ଭୂସ୍ଖଳନ: ୨୧ ଜଣଙ୍କର ମୃତ୍ୟୁ, ୮୦ରୁ ଅଧିକ ନିଖୋଜ
- ଏକ ଆବାସିକ କୋଠାରେ ଗୁଳି ଚଳାଇବା ଅଭିଯୋଗରେ ଅଭିନେତା କମଲ ଆର ଖାନ ଗିରଫ
- ବାଂଲାଦେଶ ପରେ ବିଶ୍ୱକପରୁ ଓହରିଯିବ କି ପାକିସ୍ତାନ
- ଆଇସିସି ଟି୨୦ ବିଶ୍ୱକପ: ବାଂଲାଦେଶ ଆଉଟ, ସ୍କଟଲାଣ୍ଡ ଇନ
- ବିଜେପି ସମର୍ଥିତ ସରପଞ୍ଚ ସମିତି ସଭ୍ୟଙ୍କୁ ମନମୋହନ ଦେଲେ ଟାସ୍କ, ୬ ମାସ ଭିତରେ ଅଧୁରା କାମ ସାର…
- Keonjhar bank robbery case: କେନ୍ଦୁଝର ବ୍ୟାଙ୍କ ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତ ଝାଡ଼ଖଣ୍ଡରୁ ଗିରଫ
- Mahanadi Tribunal: ଫେବୃଆରୀ ୭କୁ ଓଡ଼ିଶା ଶୁଣାଣି ଘୁଞ୍ଚାଇବାକୁ ମନାକଲେ ମହାନଦୀ ଟ୍ରିବ୍ୟୁନାଲ
- India’s Own Space Station: ମହାକାଶରେ ଭାରତର ନିଜ ଘର!, କାମ ଆରମ୍ଭ କଲା ISRO…
Comments are closed.